Latest Odisha News

BREAKING NEWS

ବାୟୁସେନା ବିମାନ ଏଏନ-32 ର ମିଳିଲା ପତ୍ତା, ୮ ବର୍ଷ ପୂର୍ବେ ଥିଲା ନିଖୋଜ

ନୂଆଦିଲ୍ଲୀ: ୮ ବର୍ଷ ପୂର୍ବେ ବଙ୍ଗୋପସାଗରରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନା ବିମାନ AN-32 ର ପତ୍ତା ମିଳିଛି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ବହୁ ପରିଶ୍ରମ ଏବଂ କୌଶଳ ବ୍ୟବହାର କରି ବିମାନର ଧ୍ୱଂସାବଶେଷ ଚିହ୍ନଟ କରିଛନ୍ତି । ବିମାନର ଧ୍ୱଂସାବଶେଷ ସମୁଦ୍ରରେ ପ୍ରାୟ ୩୪୦୦ ମିଟର ଗଭୀରରେ ପଡ଼ି ରହିଛି ।

ଜୁଲାଇ ୨୨ ତାରିଖ ୨୦୧୬ ରେ, ଭାରତୀୟ ବାୟୁସେନାର ଏହି ବିମାନ ଏକ ଅପରେସନ୍ ମିଶନ ସମୟରେ ନିଖୋଜ ହୋଇଯାଇଥିଲା । ବିମାନରେ ସମୁଦାୟ ୨୯ ଜଣ ଲୋକ ଥିଲେ । ଏହି ବିମାନଟି ହଠାତ୍ ଅଦୃଶ୍ୟ ହୋଇଯାଇଥିଲା । ସମୁଦ୍ରରେ ଦୀର୍ଘ ସମୟ ସର୍ଚ୍ଚ ଅପରେସନ୍ ପରେ ମଧ୍ୟ ବିମାନର କୌଣସି ପତ୍ତା ମିଳି ନଥିଲା । ବର୍ତ୍ତମାନ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ବିମାନର ଧ୍ୱଂସାବଶେଷ ଚିହ୍ନଟ କରିଛନ୍ତି ।

ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଗଭୀର ସମୁଦ୍ରରେ ଏକ ସ୍ୱୟଂଶାସିତ ଅଣ୍ଡର ୱାଟର ଯାନ (AUV) AN-32 ବିମାନ ନିଖୋଜ ହେବା ସ୍ଥାନକୁ ନିୟୋଜିତ କରିଥିଲେ । ଏହା ଏକ ବିଶେଷ ଯାନ୍ତ୍ରିକ ସାମର୍ଥ୍ୟ ସହିତ ସଜ୍ଜିତ ଏକ ଯାନ । ମଲ୍ଟି ବିମ୍ ସୋନାର, ସିନ୍ଥେଟିକ୍ ଆପେଚର ସୋନାର ଏବଂ ହାଇ ରିଜୋଲ୍ୟୁସନ୍ ଫଟୋଗ୍ରାଫି ସହିତ ଏକାଧିକ ପେଲୋଡ୍ ବ୍ୟବହାର କରି ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ଶେଷରେ ସମୁଦ୍ର ତଳେ ୩୪୦୦ ମିଟର ଗଭୀରତାରେ ଏହି ଦୁର୍ଘଟଣାଗ୍ରସ୍ତ ବିମାନ ଟି ପଡିରହିଥିବା ଜଣାପଡିଛି ।

ବଙ୍ଗୋପସାଗରରେ ଯେଉଁଠାରେ ବିମାନର ଅବେଶେଷ ଦେଖିବାକୁ ମିଳିଥିଲା, ତାହା ଚେନ୍ନାଇ ଉପକୂଳଠାରୁ ପ୍ରାୟ ୩୧୦ କିଲୋମିଟର ଦୂରରେ ଅବସ୍ଥିତ । ସମସ୍ତ ରିସର୍ଚ୍ଚ ପରେ ଜଣାପଡିଛି ଯେ, ଏହି ଅବଶେଷ ଦୁର୍ଘଟଣାଗ୍ରସ୍ତ ବିମାନ AN-32 ର ଅଟେ । କାରଣ ସେହି ଅଞ୍ଚଳରେ ଅନ୍ୟ କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ କିମ୍ବା ନିଖୋଜ ହେବାର ଖବର ନାହିଁ ।

Leave A Reply

Your email address will not be published.