Latest Odisha News

କମାଲ କରୁଛି କଳକୀ-୨୮୯୮ ଏଡି; ୭ମ ଦିନରେ ୭୦୦ କୋଟି ଟଙ୍କା ଆୟ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ କଳକୀ-୨୮୯୮ ଏଡି । ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ଏଡି । ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍‌ ଜବରଦସ୍ତ ରହିଥିବା ବେ‌ଳେ ଏହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି।

ତେବେ ରିଲିଜର ୭ମ ଦିନରେ ମୋଟ ୭୦୦କୋଟି ଟଙ୍କା ଆୟ କଲାଣି। ବିଶ୍ବ ସ୍ତରର ବକ୍ସ ଅଫିସ ଆୟକୁ ମିଶାଇ ଫିଲ୍ମଟି ୭୦୦କୋଟି ଆୟ କରିସାରିଥିବା କୁହାଯାଉଛି। ନାଗ୍‌ ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକାସଙ୍ଗ‌େ ହିନ୍ଦୀ ସମେତ ତେଲଗୁ, ତାମିଲ, କନ୍ନଡ, ମାଲାୟଲମ୍‌ ଭାଷାରେ ରିଲିଜ୍‌ ହୋଇଛି। ପ୍ରଭାସଙ୍କ ସହ ଦୀପିକା ପାଦୁକୋନ୍‌, ଅମିତାଭ ବଚ୍ଚନ, କମଲ ହାସନ, ଦିଶା ପଟାନୀ, ପଶୁପତି ରାମସ୍ବାମୀ, ଶାଶ୍ବତ ଚାଟାର୍ଜୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

ତେବେ ଏନେଇ ‌ବୈଜୟନ୍ତୀ ମୁଭିଜ୍ ପକ୍ଷରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦିଆଯାଇଛି।

 

Leave A Reply

Your email address will not be published.