ନୂଆଦିଲ୍ଲୀ:ଦିନକୁ ଦିନ ବିବାଦୀୟ ମୋଡ ନେଉଛି ସଂସଦର ସୁରକ୍ଷା ପ୍ରସଙ୍ଗ । ଗୃହରେ ବିଶୃଙ୍ଖଳିତ ଆଚରଣ ସୃଷ୍ଟି କାରଣକୁ ନେଇ ଗତକାଲି ସଂସଦରୁ ୭୮ ସାଂସଦ ନିଲମ୍ବିତ ହେବା ପରେ ପୁଣି ନିଲମ୍ବିତ ହୋଇଥିଲେ ୪୯ ଜଣ । ଚଳିତବର୍ଷ ଶୀତକାଳିନ ଅଧିବେଶରୁ ସର୍ବାଧିକ ସାଂସଦଙ୍କୁ ନିଲମ୍ବିତ କରାଗଲାଣି । ଗୃହ ମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ସାଂସଦମାନେ ହଙ୍ଗାମା କରି ନିଲମ୍ବିତ ହୋଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ଥିବାବେଳେ ଆଉ ଏକ ଅଭାବନୀୟ ଘଟଣା ସଂସଦ ବାହାରେ ଆଜି ଦେଖିବାକୁ ମିଳିଥିଲା ।
ରାଜ୍ୟ ସଭାରେ ବିରୋଧୀ ଦଳ ସାଂସଦମାନେ ହଟ୍ଟଗୋଳ କରିଥିଲେ । ସାଂସଦମାନେ ଦଙ୍ଗାକାରୀ ସାଜନ୍ତୁ ନାହିଁ ବୋଲି ଅଧ୍ୟକ୍ଷ ଜଗଦୀପ ଧନଖଡ କହିବା ସହ ୪୫ ସାଂସଦଙ୍କୁ ନିଲମ୍ବିତ କରିଥିଲେ । ତଥାପି ସାଂସଦମାନେ ହଟ୍ଟଗୋଳ ଜାରି ରଖିଥିଲେ ।
ଏହାପରେ ନିଲମ୍ବନ ଘଟଣାକୁ ନେଇ ବିପକ୍ଷ ଦଳର ନେତାମାନେ ଗୃହର ସିଡି ଉପରେ ବସି ଧାରଣା ଦେଇଥିଲେ । ତେବେ ଏଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କର ନକଲ କରୁଥିବା ଦେଖିବାକୁ ମିଳିଥିଲା । ଆଉ କଲ୍ୟାଣ ବାନାର୍ଜୀଙ୍କ ଏପରି ମିମିକ୍ରିକୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଭିଡିଓ କରୁଥିଲେ ।
କଲ୍ୟାଣ ବାନାର୍ଜୀଙ୍କର ଏପରି ଆଚରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପରାଷ୍ଟ୍ରପତି ଧନଖଡ । ସେ କହିଛନ୍ତି, ତଳକୁ ଖସିବାର କୌଣସି ସୀମା ନ ଥାଏ । ସେ କହିଥିଲେ, ଏହା ଉପରେ ଏତିକି ମୁଁ କହିବି, ଏମାନଙ୍କର ସଦବୁଦ୍ଧି ଉଦୟ ହେଉ । ସେ କାହା ନାଁ ନ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ଜଣେ ବରିଷ୍ଠ ନେତା ଅନ୍ୟ ଜଣେ ନେତାଙ୍କର ଭଡିଓ ସୁଟ କରୁଥିଲେ ଯିଏ ଅଧ୍ୟକ୍ଷଙ୍କର ମିମିକ୍ରି କରୁଥିଲେ । ଏହା ଅତ୍ୟନ୍ତ ଦୁଃଖ ଏବଂ ଲଜ୍ଜାର କଥା ବୋଲି କହିଥିଲେ ଉପରାଷ୍ଟ୍ରପତି ।
#WATCH टीएमसी सांसद कल्याण बनर्जी द्वारा राज्यसभा सभापति की नकल करने और कांग्रेस सांसद राहुल गांधी द्वारा घटना का वीडियो बनाने पर जगदीप धनखड़ ने कहा, “गिरावट की कोई हद नहीं है…मैं यही कहूंगा कि उन्हें सद्बुद्धि आए…” pic.twitter.com/eAwivnw5F0
— ANI_HindiNews (@AHindinews) December 19, 2023
Comments are closed.