ଭୁବନେଶ୍ୱର: କଟକ ଜିଲ୍ଲାର ନିର୍ଗୁଣ୍ଡି ନିକଟରେ ରବିବାର ଦିନ ବେଙ୍ଗାଲୁରୁ-କାମାକ୍ଷା ଏସି ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ଏବଂ ଆହତଙ୍କ ପାଇଁ ରେଳ କର୍ତ୍ତୃପକ୍ଷ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।
ପୂର୍ବତଟ ରେଳପଥ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫,୦୦,୦୦୦ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯିବ। ସେହିପରି ଗୁରୁତର ଆହତଙ୍କୁ ୨,୫୦,୦୦୦ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ।
ତେବେ ଦୁର୍ଘଟଣାରେ ୨୨ ବର୍ଷୀୟ ଶୁଭଙ୍କର ରୟଙ୍କ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ରେଳ କର୍ତ୍ତୃପକ୍ଷ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ମଧ୍ୟ ପ୍ରଦାନ କରିଥିଲେ।
Comments are closed.