Latest Odisha News

BREAKING NEWS

ଅଗଷ୍ଟ ୫ ଯାଏଁ କାମାକ୍ଷାନଗରରେ ତାଲା

କାମାକ୍ଷାନଗର: ପ୍ରତିଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ସଂକ୍ରମଣର ଶିକୁଳିକୁ ଭାଙ୍ଗିବା ପାଇଁ ବିଭିନ୍ନ ଅଞ୍ଚଳକୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଘୋଷଣା କରାଯାଉଛି ।

ବଢ଼ୁଥୁବ ସଂକ୍ରମଣକୁ ଦୃଷ୍ଟିରେ ରଖି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିକୁ ସଟଡାଉନ ଘୋଷଣା କରାଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କାମାକ୍ଷାନଗରକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଢ଼େଙ୍କାନାଳ ଜିଲ୍ଲାପାଳ ।

ଏହି ସଟ୍‌ଡାଉନ୍‌ କଟକଣା ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସର୍ଭେଲାନ୍ସ ଟିମ୍ ଦ୍ୱାରା ସର୍ଭେଲାନ୍ସ କରାଯିବ । ଏନେଇ ସୂଚନା ଦେଇଛନ୍ତି ଢ଼େଙ୍କାନାଳ ଜିଲ୍ଲପ୍ରଶାସନ ।

Leave A Reply

Your email address will not be published.