Latest Odisha News

BREAKING NEWS

ବିଦେଶ ଫେରନ୍ତା ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏଣିକି ବିଦେଶରୁ ଫେରିଲେ ବିମାନଯାତ୍ରୀ ୭ ଦିନ ପେଡ୍ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ପରେ ଆଉ ୭ ଦିନ ହୋମ୍ ଆଇସୋଲେସନପେ ରହିବେ ।

ଅଗଷ୍ଟ ୮ ତାରିଖରୁ ଲାଗୁ ହବେ ନୂଆ ଗାଇଡଲାଇନ୍ । କିଛି କ୍ଷେତ୍ରରେ କଟକଣାକୁ କୋହଳ ବି କରାଯାଇଛି । ଗର୍ଭବତୀ, ଗୁରୁତର ଆହତ, ପରିବାରର ସଦସ୍ୟଙ୍କ ମୃତ୍ୟୁ କିମ୍ବା ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ସହ ବାପା-ମାଆ ବିଦେଶରୁ ଫେରିଲେ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନରେ ରହିବା ଜରୁରୀ ନୁହେଁ । ସେମାନେ ୧୪ ଦିନ ଆଇସୋଲେସନରେ ରହିପାରିବେ ।

ଯାତ୍ରୀ ଭାରତ ଫେରିବାର ୭୨ ଘଣ୍ଟା ପୂର୍ବରୁ ଅନଲାଇନ ପୋର୍ଟାଲ ଜରିଆରେ ସମସ୍ତ ତଥ୍ୟ ଦେବେ । ନୂଆ ଗାଇଡଲାଇନ ଅନୁସାରେ କ୍ୱାରେଣ୍ଟାଇନରେ ରହିବା ନେଇ ସ୍ୱଘୋଷିତ ପତ୍ର ଦେବାକୁ ପଡ଼ିବ । ଡାଉନଲୋଡ୍ କରିବେ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ।

ପୂର୍ବରୁ ବିଦେଶ ଫେରନ୍ତା ୭ଦିନ ସରକାରୀ ସଙ୍ଗରୋଧ ଓ ଆଉ ୭ଦିନ ଘରୋଇ ସଙ୍ଗରୋଧରେ ରହୁଥିଲେ ।

Leave A Reply

Your email address will not be published.