Latest Odisha News

BREAKING NEWS

ଭୁବନେଶ୍ୱର ରେଳ ଷ୍ଟେସନରୁ ୪୧୦ କିଲୋ ଗଞ୍ଜେଇ ଜବତ

ଭୁବନେଶ୍ୱର: ଚୋରା ଚାଲାଣ ବେଳେ ଭୁବନେଶ୍ୱରରୁ ଜବତ ହୋଇଚି ୪୧୦ କିଲୋଗ୍ରାମ ଗଞ୍ଜାଇ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଜିଆରପି । ସେମାନେ ହେଲେ ସାଗର ପ୍ରଧାନ ଓ ସନ୍ତୋଷ ବାବୁ । ଦୁହିଁଙ୍କର ଘର ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ।

ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିଲା । ରେଳ ଷ୍ଟେସନରେ ପୋଲିସର ସନ୍ଦେହ ହୋଇଥିଲା । ଯାଞ୍ଚ ବେଳେ ପଦାକୁ ଆସିଥିଲା ସତ । ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଚେଷ୍ଟା କରିବା ବେଳେ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ ।

ଗଞ୍ଜେଇ କେଉଁ ଜାଗାକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି ।

Leave A Reply

Your email address will not be published.