Latest Odisha News

ବାଇଡେନ୍ ଓ ଟ୍ରମ୍ପଙ୍କ ବ୍ୟଙ୍ଗାତ୍ମକ ଭାଇରାଲ୍ ଭିଡିଓ

ଭୁବନେଶ୍ୱର: ଚଳିତବର୍ଷ ଆମେରିକା ନିର୍ବାଚନ ଫଳାଫଳ ନିଶ୍ଚିତ ଭାବେ ଏକ ଆଲୋଚ୍ୟ ବିଷୟ ପାଲଟିଛି । ରାଷ୍ଟ୍ରପତି ପଦବୀରୁ ଡେମୋକ୍ରାଟ୍ ପ୍ରାର୍ଥୀ ବାଇଡେନ୍ ଆଉ ମାତ୍ର ଇଂଚେ ଦୂରରେ ଥିଲାବେଳେ ଡିସିସନ୍ ଡେସ୍କ ଏଚ୍‌କ୍ୟୁ କିନ୍ତୁ ପ୍ରଥମ ଆଉଟଲେଟ୍ ଭାବେ ତାଙ୍କୁ ବିଜେତା ଘୋଷଣା କରିସାରିଛି । ତେବେ ଏହି ସମୟରେ ବାଇଡେନ୍ ଓ ଟ୍ରମ୍ପଙ୍କୁ ନେଇ ଏକ ସ୍ପୁଫ୍ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି ।

ହଲିଉଡ ଆକ୍ସନ୍ ମୁଭି ଏଭେଂଜର୍ସ ଏଣ୍ଡଗେମ ଉପରେ ଆଧାରିତ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସ୍ପୁଫ୍ ଭିଡିଓ । ଏହି ଭିଡିଓଟିକୁ ନିର୍ଦ୍ଦେଶକ ତଥା ସମ୍ପାଦକ ଜନ୍ ହାଣ୍ଡେମ୍ ପିଟ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଟ୍ରମ୍ପଙ୍କୁ ଥାନୋସ୍ ଓ ବାଇଡେନଙ୍କୁ କ୍ୟାପ୍ଟେନ୍ ଆମେରିକା ଭାବେ ଦର୍ଶାଯାଇଛି ।

ଭିଡିଓରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଛଡା କମଲ ହାରିସଙ୍କୁ ଫାଲକୋନ୍ ଭାବେ ଦର୍ଶାଯାଇଛି । ସେହିଭଳି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବ୍ଲାକ୍ ପାନ୍ଥର୍ ଓ ତାଙ୍କ ସ୍ତ୍ରୀ ମିସେଲ୍‌ଙ୍କୁ ଗମୋରା ଭାବେ ଦେଖିବାକୁ ମିଳିଛି । ଅନ୍ୟପଟେ ଷ୍ଟେସି ଆବ୍ରାମ୍‌, ବର୍ଣ୍ଣି ସାଣ୍ଡର୍ସ ଓ ଗ୍ରେଟା ଥନ୍‌ବର୍ଗଙ୍କ ସମେତ ଅନେକ ନେତାମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଥିଲାବେଳେ ଖୋଦ ଫିଲ୍ମ ଏଭେଂଜର୍ସ ଏଣ୍ଡଗେମର ଷ୍ଟାରକାଷ୍ଟ ବି ଏହାକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.