ମାଡ୍ରାସ: ଦକ୍ଷିଣଭାରତ ଓ ବଲିଉଡର ଅଭିଜ୍ଞ କଳାକାର କମଳା ହାସନଙ୍କ ଆଜି ୬୬ ତମ ଜନ୍ମଦିନ । ନିଜ ଦକ୍ଷତା ବଳରେ ଏହି କଳାକାର ପ୍ରଶଂସକଙ୍କ ପାଖରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତେବେ ଆସନ୍ତୁ ଜାଣିବା କମଳା ହାସନଙ୍କ କେଉଁ ୬ଟି ଫିଲ୍ମ ସମ୍ପୁର୍ଣ୍ଣ ହୋଇପାରି ନ ଥିଲା ।
କେଜି: ୨୦୦୪ରେ କମଳା ହାସନ ଏହି ଫିଲ୍ମକୁ ସାଇନ କରିଥିଲେ । ସିଙ୍ଗିଥମ ଶ୍ରୀନିବାସଙ୍କ ଏହି ଫିଲ୍ମ ହଠାତ କାହିଁକି ବନ୍ଦ ହେଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ତଥାପି ମୁନ୍ନା ଭାଇ ଏମବିବିଏସର ରିମେକରେ ପ୍ରଡ୍ୟୁସର ବ୍ୟସ୍ତ ରହିବାରୁ ଫିଲ୍ମ ଅଧାରୁ ବନ୍ଦ ହୋଇଯାଇଥଲା ।
ମର୍ମଯୋଗୀ:ଦଶବତାରମ ଫିଲ୍ମର ସଫଳତା ପରେ ୨୦୦୮ରେ କମଳା ହାସନ ଏହି ଫିଲ୍ମ ସାଇନ କରିଥିଲେ । ଭେଙ୍କେଟେଶ, ହେମାମାଳିନୀ ଓ ମୋହନଲାଲଙ୍କ ପରି କଳାକାର ଏଥିରେ ଅଭିନୟ କରୁଥିଲେ । ରଜନୀକାନ୍ତକୁ ନେଇ ନିର୍ମିତ ପିରାମିଡ ସାଇମିରାଙ୍କ ଫିଲ୍ମ ଫ୍ଲପ ହୋଇଯିବାରୁ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ ।
୧୯ ଷ୍ଟେପସ: ଇଣ୍ଡୋ-ଜାପାନୀ ପ୍ରଡକ୍ସନ ୨୦୦୮ରେ ଏହି ଫିଲ୍ମ ପାଇଁ କମଳା ହାସନଙ୍କୁ ନେଇଥିଲା । ମାତ୍ର ୨୦ ଦିନ ଶୁଟିଂ ପରେ ଫିଲ୍ମ ବନ୍ଦ ହୋଇ ଯାଇଥିଲା । ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।
ଦି ଟୁଥ ଅଫ ବୁଦ୍ଧ:୨୦୦୯ରେ ମାର୍ଶାଲ ଆଟ୍ର୍ସ ଉପରେ ଆଧାରିତ ଦି ଟୁଥ ଅଫ ବୁଦ୍ଧ ପାଇଁ କମଳା ହାସନ ଓ ଫିଲ୍ମମେକର ମିସ୍କିନ ଯୋଜନା ପ୍ରସ୍ତୁତ କରିଥିଲେ । ଫାଇନାନ୍ସର ନ ମିଳିବାରୁ ଫିଲ୍ମ ଡବାରେ ପଡି ଯାଇଥିଲା ।
ସାବାସ ନାୟୁଡୁ: କମଳା ହାସନଙ୍କ ଏହି କମେଡି ଫିଲ୍ମ ଆରମ୍ଭରୁ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଶେଷର କମଳା ହାସନ ଏହାକୁ ବନ୍ଦ କରି ଦେଇଥିଲେ ।
ହଲିଉଡ ପ୍ରୋଜେକ୍ଟ: କମଳା ହାସନଙ୍କ ସହ ହଲିଉଡ ପ୍ରଡ୍ୟୁସର ବେରୀ ଓସବର୍ଣ୍ଣ ଏକ ଫିଲ୍ମ ଆରମ୍ଭ କରିଥିଲେ । ମାତ୍ର କୌଣସି କାରଣବଶତଃ ଏହା ସମ୍ପୂର୍ଣ୍ଣ ହୋଇପାରି ନ ଥିଲା ।
BREAKING NEWS
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
Comments are closed.