ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ମୃତ୍ୟୁସଂଖ୍ୟା ୧୪ ଶହ ପାର କରିଛି । ୩ ଲକ୍ଷ ମୁହାଁ ସୁସ୍ଥ ସଂଖ୍ୟା । ମାସେ ଭିତରେ ରାଜ୍ୟରେ ଦୈନିକ କରୋନା ଟ୍ରେଣ୍ଡ ଖସିଛି । ବଢ଼ିଛି ସୁସ୍ଥ ହାର । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି ।
ମାସେ ଭିତରେ ୫୯ ହଜାର ପଜିଟିଭ୍
ଗତ ମାସେ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ହଜାର ୧୪୨ ନୂଆ ଆକ୍ରାନ୍ତ । ଅକ୍ଟୋବର ୭ ତାରିଖ ସୁଦ୍ଧା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଥିଲା ୨ ଲକ୍ଷ ୪୦ ହଜାର ୯୯୮ । ଆଜି ସୁଦ୍ଧା ପଜିଟିଭ୍ କେସ୍ ୩ ଲକ୍ଷ ୧୪୦କୁ ବୃଦ୍ଧି ପାଇଛି ।

ମାସେ ଭିତରେ ୪୫୨ ମୃତ
ସେହିପରି ମାସେ ଭିତରେ ବଢିଛି ମୃତ୍ୟୁସଂଖ୍ୟା । ଅକ୍ଟୋବର ୭ରୁ ନଭେମ୍ବର ୭ ତାରିଖ ଭିତରେ ଆଉ ୪୫୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅକ୍ଟୋବର ୭ ତାରିଖରେ ରାଜ୍ୟରେ ମୃତ୍ୟୁସଂଖ୍ୟା ଥିଲା ୯୫୮ । ଆଜି ଏହି ସଂଖ୍ୟା ୧୪ ଶହ ୧୦ ଛୁଇଁଛି ।
ମାସେ ଭିତରେ ୭୧ ହଜାର ସୁସ୍ଥ
ମାସେ ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରିଛନ୍ତି । ଅକ୍ଟୋବର ୭ ତାରିଖ ସୁଦ୍ଧା କୋରନାରୁ ସୁସ୍ଥ ହୋଇଥିଲେ ୨ ଲକ୍ଷ ୧୩ ହଜାର ୬୭୨ ଆକ୍ରାନ୍ତ । ଆଜି ଏହି ସଂଖ୍ୟା ୨ ଲକ୍ଷ ୮୫ ହଜାର ୧୭୪କୁ ବୃଦ୍ଧି ପାଇଛି । ଅର୍ଥାତ ମାସେ ଭିତରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୭୧ ହଜାର ୫୦୨ ଆକ୍ରାନ୍ତ ।
BREAKING NEWS
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…

Comments are closed.