ମାଡ୍ରାସ: ଦକ୍ଷିଣଭାରତ ଓ ବଲିଉଡର ଅଭିଜ୍ଞ କଳାକାର କମଳା ହାସନଙ୍କ ଆଜି ୬୬ ତମ ଜନ୍ମଦିନ । ନିଜ ଦକ୍ଷତା ବଳରେ ଏହି କଳାକାର ପ୍ରଶଂସକଙ୍କ ପାଖରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତେବେ ଆସନ୍ତୁ ଜାଣିବା କମଳା ହାସନଙ୍କ କେଉଁ ୬ଟି ଫିଲ୍ମ ସମ୍ପୁର୍ଣ୍ଣ ହୋଇପାରି ନ ଥିଲା ।
କେଜି: ୨୦୦୪ରେ କମଳା ହାସନ ଏହି ଫିଲ୍ମକୁ ସାଇନ କରିଥିଲେ । ସିଙ୍ଗିଥମ ଶ୍ରୀନିବାସଙ୍କ ଏହି ଫିଲ୍ମ ହଠାତ କାହିଁକି ବନ୍ଦ ହେଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ତଥାପି ମୁନ୍ନା ଭାଇ ଏମବିବିଏସର ରିମେକରେ ପ୍ରଡ୍ୟୁସର ବ୍ୟସ୍ତ ରହିବାରୁ ଫିଲ୍ମ ଅଧାରୁ ବନ୍ଦ ହୋଇଯାଇଥଲା ।
ମର୍ମଯୋଗୀ:ଦଶବତାରମ ଫିଲ୍ମର ସଫଳତା ପରେ ୨୦୦୮ରେ କମଳା ହାସନ ଏହି ଫିଲ୍ମ ସାଇନ କରିଥିଲେ । ଭେଙ୍କେଟେଶ, ହେମାମାଳିନୀ ଓ ମୋହନଲାଲଙ୍କ ପରି କଳାକାର ଏଥିରେ ଅଭିନୟ କରୁଥିଲେ । ରଜନୀକାନ୍ତକୁ ନେଇ ନିର୍ମିତ ପିରାମିଡ ସାଇମିରାଙ୍କ ଫିଲ୍ମ ଫ୍ଲପ ହୋଇଯିବାରୁ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ ।
୧୯ ଷ୍ଟେପସ: ଇଣ୍ଡୋ-ଜାପାନୀ ପ୍ରଡକ୍ସନ ୨୦୦୮ରେ ଏହି ଫିଲ୍ମ ପାଇଁ କମଳା ହାସନଙ୍କୁ ନେଇଥିଲା । ମାତ୍ର ୨୦ ଦିନ ଶୁଟିଂ ପରେ ଫିଲ୍ମ ବନ୍ଦ ହୋଇ ଯାଇଥିଲା । ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।
ଦି ଟୁଥ ଅଫ ବୁଦ୍ଧ:୨୦୦୯ରେ ମାର୍ଶାଲ ଆଟ୍ର୍ସ ଉପରେ ଆଧାରିତ ଦି ଟୁଥ ଅଫ ବୁଦ୍ଧ ପାଇଁ କମଳା ହାସନ ଓ ଫିଲ୍ମମେକର ମିସ୍କିନ ଯୋଜନା ପ୍ରସ୍ତୁତ କରିଥିଲେ । ଫାଇନାନ୍ସର ନ ମିଳିବାରୁ ଫିଲ୍ମ ଡବାରେ ପଡି ଯାଇଥିଲା ।
ସାବାସ ନାୟୁଡୁ: କମଳା ହାସନଙ୍କ ଏହି କମେଡି ଫିଲ୍ମ ଆରମ୍ଭରୁ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଶେଷର କମଳା ହାସନ ଏହାକୁ ବନ୍ଦ କରି ଦେଇଥିଲେ ।
ହଲିଉଡ ପ୍ରୋଜେକ୍ଟ: କମଳା ହାସନଙ୍କ ସହ ହଲିଉଡ ପ୍ରଡ୍ୟୁସର ବେରୀ ଓସବର୍ଣ୍ଣ ଏକ ଫିଲ୍ମ ଆରମ୍ଭ କରିଥିଲେ । ମାତ୍ର କୌଣସି କାରଣବଶତଃ ଏହା ସମ୍ପୂର୍ଣ୍ଣ ହୋଇପାରି ନ ଥିଲା ।
BREAKING NEWS
- କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ
- ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ
- ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର
- ଋଷ ସହ ବେପାର କଲେ ଭାରତ ସମେତ ୫ ଦେଶ ଗଣିବେ ୧୦୦ ପ୍ରତିଶତ ଟିକସ
- ଅକ୍ଟୋବର ୧୫ରୁ ବଦଳିବ ୟୁପିଆଇ ନିୟମ: ଜାଣନ୍ତୁ ନୂଆ ଏମଡିଆର୍ ଚାର୍ଜ କାହା ଉପରେ ଲାଗୁ ହେବ?
- ୫ ଓରାଙ୍ଗଉଟାନ୍ ଛୁଆ ଉଦ୍ଧାର ମାମଲା: କେଉଁଠି ଲୁଚିଛନ୍ତି ଅଭିଯୁକ୍ତ? ବାଂଲାଦେଶ କିମ୍ବା ନେପାଳ ଖସିଯିବା ନେଇ ସନ୍ଦେହ

Comments are closed.