ଭୋପାଳ: ମଧ୍ୟପ୍ରଦେଶ ରାଜନୀତି ଏବେ ସାରା ଭାରତକୁ ସରଗରମ କରି ରଖିଛି । ଆସନ୍ତୁ ଜାଣିବା ଦିଗବିଜୟ ସିଂଙ୍କ ଘୋଡା ବ୍ୟପାର ଅଭିଯୋଗରୁ ଆରମ୍ଭ କରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ସାମିଲ ହେବାର ଘଟଣାକ୍ରମ-
୧. ମାର୍ଚ୍ଚ ୧: କୃଷକଙ୍କ ଋଣଛାଡ ନୀତି ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଭେଟିଲେ । ଦାବୀ ପୂରଣ ନ ହେଲେ ଆନ୍ଦୋଳନ କରିବେ ବୋଲି କହିଲେ । କମଳନାଥ କଥାକୁ ଗୁରୁତ୍ୱ ଦେଲେ ନାହିଁ । ରାସ୍ତାକୁ ଓହ୍ଲାଇପାର ବୋଲି କହିଲେ ।
୨. ମାର୍ଚ୍ଚ ୩ : ହଠାତ୍ କଂଗ୍ରେସର ସିନିୟର ନେତା ଦିଗବିଜୟ ସିଂ ବିଜେପି ଉପରେ ଘୋଡା ବ୍ୟାପାର କରୁଥିବା ଗୁରୁତର ଅଭିଯୋଗ ଆଣିଲେ ।
୩. ମାର୍ଚ୍ଚ ୪: ମାଫିଆଙ୍କ ସହ ମିଶି ବିଜେପି ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କମଳନାଥ ଅଭିଯୋଗ ଆଣିଲେ ।
୪. ମାର୍ଚ୍ଚ ୫: ଅପରେଶନ ଲୋଟସ ସାମୟିକ ଭାବେ ଫେଲ୍ ମାରିଲା । ୧୧ ବିଧାୟକରୁ ୬ ଫେରିଆସିଲେ ।
୫. ମାର୍ଚ୍ଚ ୬: କମଳନାଥ କ୍ୟାବିନେଟ ବୈଠକ ଡକାଇଲେ । ସମସ୍ତ ବିଧାୟକ ଭୋପାଳ ଗଲେ ।
୬. ମାର୍ଚ୍ଚ ୭: ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆଙ୍କ ବୟାନ ପରେ ଜ୍ୟୋତିରାଦିତ୍ୟଙ୍କୁ ନେଇ ବିଭିନ୍ନ ଅଟକଳ ଆରମ୍ଭ ହେଲା ।
୭. ମାର୍ଚ୍ଚ ୮: ଭୋପାଳ ଫେରିବା ପରେ ବିସାହୁ କହିଲେ ତୀରଥ ଯାଇଥିଲି । ପୁର୍ନବାର ରାମବାଇ ଭୋପାଳ ଛାଡିଲେ ।
୮. ମାର୍ଚ୍ଚ ୯: ଦିଲ୍ଲୀରେ ସୋନିଆ ଗାନ୍ଧି ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଭେଟିଲେ । ସିନ୍ଧିଆ ସମର୍ଥକ ବିଧାୟକଙ୍କ ପତା ମିଳିଲାନି ।
୯. ମାର୍ଚ୍ଚ ୧୦: ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଲେ । ୧୯ ବିଧାୟକ ଦଳ ଛାଡିଲେ ।
୧୦. ମାର୍ଚ୍ଚ ୧୧: ୧୦. ମାର୍ଚ୍ଚ ୧୧: ସିନ୍ଧିଆ ବିଜେପିରେ ସାମିଲ ହେଲେ । ଜେପି ନଡ୍ଡା ସଦସ୍ୟତା ପ୍ରଦାନ କଲେ ।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.