Latest Odisha News

BREAKING NEWS

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କଲେ କୌଶିକ

ଅମ୍ମାନ: ୬୩ କେଜି ବର୍ଗରେ ଯୁବ ବକ୍ସର ମନୀଷ କୌଶିକ ବୁଧବାର ବକ୍ସିଂରେ ଭାରତ ପାଇଁ ଅଲିମ୍ପିକ କୋଟା ହାସଲ କରିଛନ୍ତି । ସେ ୯ମ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି। ଏହାପୂର୍ବରୁ କୌଣସି ଅଲିମ୍ପିକ୍ସରେ ଏତେ ସଂଖ୍ୟକ ବକ୍ସର ଭାରତକୁ ପ୍ରତିନିଧିତ୍ୱ କରି ନଥିଲେ। ଏସିଆନ କ୍ୱାଲିଫାୟର୍ସ ମୁକାବିଲାରେ କୌଶିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଅଷ୍ଟ୍ରେଲିଆର ହାରିସନ ଗରସାଇଡ୍‌କୁ ୪-୧ରେ ପରାସ୍ତ କରି ଏହି କୀର୍ତ୍ତିମାନ ହାସଲ କରିଛନ୍ତି । କ୍ୱାର୍ଟର ଫାଇନାଲରେ ଉଭୟ କୌଶିକ ଓ ଗାରସାଇଡ୍‌ ପରାସ୍ତ ହୋଇଥିଲେ। ତେବେ ବ୍ରୁଟାଲ ବକ୍ସ ଅଫ ମ୍ୟାଚ୍‌ରେ ସେମାନଙ୍କୁ ଅଲିମ୍ପିକ୍ସକୁ ଯିବା ପାଇଁ ଶେଷ ସୁଯୋଗ ମିଳିଥିଲା। ଏଥିରେ କୌଶିକ ବାଜିମାତ କରିଛନ୍ତି ।

କୌଶିକଙ୍କ ପୂର୍ବରୁ ମ୍ୟାରିକମ, ସିମରନଜିତ କୌର, ଲଭଲୀନା, ପୂଜା ରାଣୀ, ଅମିତ ପଙ୍ଘାଲ, ବିକାଶ କ୍ରୀଷ୍ଣା, ଆଶିଷ କୁମାର ଓ ସତୀଶ କୁମାର ବର୍ଗରେ ଭାରତ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପାଇଁ ୮ ଜଣ ବକ୍ସର ପ୍ରତିନିଧିତ୍ୱ କରିଥିଲେ।

Leave A Reply

Your email address will not be published.