Latest Odisha News

BREAKING NEWS

ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହାରିସ୍‌

ଓ୍ବାଶିଂଟନ : ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ୍ । ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ୍‌। ବାଇଡେନ୍‌ଙ୍କ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ।

ଆମେରିକାର ପ୍ରଥମ ମହିଳା ତଥା ପ୍ରଥମ ଭାରତୀୟ ବଂଶୋଦ୍ଭବ ଓ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ। ତାଙ୍କୁ ଜଷ୍ଟିସ୍ ସୋନିଆ ସୋଟୋମେୟର୍ ଶପଥ ପାଠ କରାଇଥିଲେ ।

ଉପରାଷ୍ଟ୍ରପତି ଭାବେ ଶପଥ ନେବା ପରେ କମଳା ହାରିସଙ୍କ ଭାରତ ସହ ସମ୍ପର୍କ ଏବେ ଉଭୟ ଭାରତ ଓ ଆମେରିକା ପାଇଁ ଅନେକ ଗୁରୁତ୍ବ ବହନ କରୁଛି। କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବାରେ ପ୍ରଥମ ମହିଳା ଭାବେ ବିରଳ ସମ୍ମାନ ହାସଲ କରିଛନ୍ତି ।

Leave A Reply

Your email address will not be published.