ଭୁବନେଶ୍ବର:ଯୋଗ ମାଧ୍ୟମରେ ଶରୀର,ମନ ଓ ମସ୍ତିଷ୍କ ଭଲଭାବେ କାର୍ଯ୍ୟ କରିଥାଏ । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରର ଯତ୍ନ ନେବା ପାଇଁ କାହା ପାଖରେ ସମୟ ନାହିଁ। ଯାହାଦ୍ବାରା ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ ଯୋଗ କରିବା ଆବଶ୍ୟକ। ଅଳ୍ପ କିଛି ସମୟର ଯୋଗ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ ଅଟେ ।
ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅର୍ଥାତ୍ କେତେ ସମୟ ଯୋଗ କରିବେ , କେତେବେଳେ ଯୋଗ କରିବେ ଓ ଯୋଗ କରିବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ।
ପ୍ରଥମେ ଜାଣନ୍ତୁ ଯୋଗ କରିବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯୋଗ କରିବା ପୂର୍ବରୁ ଦୈନନ୍ଦିନ ନିତ୍ୟକର୍ମ ଶେଷ କରନ୍ତୁ । ଏଥିସହ ଯୋଗ କରିବା ପୂର୍ବରୁ ପେଟ ଖାଲି ରଖିବା ଜରୁରୀ । ପ୍ରଚୁର ପରିମାଣରେ ଅମ୍ଳଜାନ ଉପଲବ୍ଧ ହେଉଥିବା ସ୍ଥାନରେ ଯୋଗ କଲେ ଭଲ। ଯଦି ଘରେ ଯୋଗ କରୁଥିବେ ତେବେ କବାଟ, ଝରକା ଖୋଲା କରି ଯୋଗ କରନ୍ତୁ । ଯୋଗ କରିବାର ଅଧଘଣ୍ଟା ପର୍ଯ୍ୟନ୍ତ ସ୍ନାନ କରନ୍ତୁ ନାହିଁ ।
ଯୋଗ କରିବାର ସବୁଠାରୁ ଭଲ ସମୟ ହେଉଛି ବ୍ରହ୍ମ ମୁହୁର୍ତ୍ତ । ଏହାବ୍ୟତୀତ ଆପଣ ଯୋଗ ସକାଳ କିମ୍ବା ସନ୍ଧ୍ୟାରେ କରି ପାରିବେ । ଯୋଗ ସହିତ ପ୍ରାଣାୟାମ ମଧ୍ୟ କରିବା ଆବଶ୍ୟକ। ଯୋଗ କରିବା ବେଳେ ମଝି ମଝିରେ ଗ୍ୟାପ ନିଅନ୍ତୁ ।
ଯୋଗ ଦ୍ବାରା ମିଳୁଥିବା ଉପକାର ସମ୍ବନ୍ଧରେ କାହାକୁ ଅବା ଅଛପା । ଯେପରି କି ଯୋଗ କଲେ ମାନସିକ ଚାପରୁ ମୁକ୍ତି ମିଳିଥାଏ, ଭଲ ନିଦ ହୁଏ , ଏକାଗ୍ରତା ବଢ଼ିଥାଏ, ଆଧ୍ୟାତ୍ମିକତା ଜାଗ୍ରତ ହୋଇଥାନ୍ତି ବ୍ୟକ୍ତି ବିଶେଷ, ହୃଦୟ ଜନିତ ରୋଗ ଓ ଡାଇବେଟିସ୍ ରୋଗ ନିୟନ୍ତ୍ରଣରେ ରହିଥାଏ । ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ମଧ୍ୟ ସୁସ୍ଥ ଅନୁଭବ କରିପାରିବେ । ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ ଅଟେ ।
Comments are closed.