Latest Odisha News

BREAKING NEWS

ବିଶ୍ୱ ପାଇଖାନା ଦିବସ: ଶ୍ରେଷ୍ଠ ୧୦ଟି ଜିଲ୍ଲା ମଧ୍ୟରେ କନ୍ଧମାଳ ସ୍ଥାନିତ

ଭୁବନେଶ୍ୱର: ଓଡ଼ିଶାର କନ୍ଧମାଳ ଜିଲ୍ଲା ‘ବିଶ୍ୱ ପାଇଖାନା ଦିବସ’ ଅବସରରେ ଦେଶର ୧୦ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ ହୋଇ ବିଜେତା ଘୋଷିତ ହୋଇଛି । ଏହି ପ୍ରତିଯୋଗିତା କେନ୍ଦ୍ରସରକାରଙ୍କ ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ (ଏମଡ଼ିଡବ୍ଲ୍ୟୁଏସ) ପକ୍ଷରୁ ନଭେମ୍ବର ୯ ରୁ ୧୯ ତାରିଖରେ ଅନୁଷ୍ଠିତ ହୋଇଥିଲା ।

ସମଗ୍ର ଦେଶରେ ତୃଣମୂଳସ୍ତରରେ ‘ସ୍ୱଚ୍ଛ ଭାରତ ଜନ ଆନ୍ଦୋଳନ’ କୁ ଅଗ୍ରସର କରିବା ଲାଗି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏମଏସଡବ୍ଲ୍ୟୁ ଦ୍ୱାରା ଘୋଷିତ ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରତିଯୋଗିତା ୨୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ/ମାଜିଷ୍ଟ୍ରେଟ ତଥା ସିଇଓ (ଜିଲ୍ଲା ପରିଷଦ)ମାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଏହି ୧୦ ଦିନ ବ୍ୟାପୀ ‘ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମରେ ‘ବାହ୍ୟ ମଳତ୍ୟାଗ ମୁକ୍ତ’ (ଓଡ଼ିଏଫ) ଷ୍ଟାଟସ ଏବଂ ଆଇସି ଏବଂ ଏସଏଲଡବ୍ଲ୍ୟୁଏମ କାର୍ଯ୍ୟକ୍ରମ ଦ୍ୱାରା ତଦାରଖ କରାଯାଇଥିଲା ।

ଏହାବ୍ୟତୀତ, ଓଡ଼ିଶାର କନ୍ଧମାଳ, ଖୋର୍ଦ୍ଧା, ଝାରସୁଗୁଡ଼ା ଏବଂ ମୟୁରଭଞ୍ଜ ଜିଲ୍ଲାଗୁଡ଼ିକ ଦେଶର ଶ୍ରେଷ୍ଠ ୪୨ଟି ‘ସ୍ପେଶାଲ ମେନସନ୍’ ତାଲିକାର ଶୀର୍ଷରେ ରହିଛି ।

ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଲାଗି ଏହି ଜିଲ୍ଲା ଗୁଡ଼ିକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.