Latest Odisha News

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧୪ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଚିକିସଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ରୋଗରେ ମଧ୍ୟ ପୀଡିତ ଥିଲେ।

ସେହିପରି ଅନ୍ୟ ଜଣେ ହେଉଛନ୍ତି ଗଞ୍ଜାମର ୪୯ ବର୍ଷ ବୟସ୍କା ବ୍ୟକ୍ତିଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ସେ ଫୁସଫୁସ ଜନିତ ରୋଗରେ ପିଡିତ ଥିଲେ।

ଅପରପକ୍ଷରେ ଆଜି ଆଉ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୁତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ଦିନ ପୁରୀ ଜିଲ୍ଲାରେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.