Latest Odisha News

BREAKING NEWS

କମ୍ବିଂ ଅପରେସନ୍ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ପୋଲିସକୁ ସଫଳତା । କମ୍ବିଂ ଅପରେସନ୍ ବେଳେ ଜବତ ହେଲା ବିପୁଳ ମାଓ ସାମଗ୍ରୀ । ଗୋଛlପଡ଼l ଥାନା ଅନ୍ତର୍ଗତ କୋଏର ମାଣ୍ଡୁ ପଞ୍ଚାୟତ ଶସିକେତତା ଗାଁ ନିକଟ ଜଙ୍ଗଲରେ ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ୮ ତାରିଖରେ ଏସ୍ଓଜି ଓ ଡିଭିଏଫ୍ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ । ୯ ତାରିଖ ଦିନ ଶସିକେତା ଜଙ୍ଗଲରୁ ବିପୁଳ ମାଓ ସମାଗ୍ରୀ ଜବତ କରାଯାଇଛି ।

ସେଠାରେ ମାଓବାଦୀ ମାନେ ଏସବୁ ସାମଗ୍ରୀ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ଜଙ୍ଗଲରୁ ମେଡିସିନ୍, ହାତ ତିଆରି ଇନସାସ୍, ମାଗାଜିନ୍, ଇଲେକ୍ଟ୍ରି ତାର, ପାୱାର ଚଷମା, ମାଓ ପୋଷାକ, ଛୁରି, ଟାଙ୍ଗିଆ, ଟିଫିନ୍, ଜିଲୋଟିନ୍ ଆଦି ଜବତ କରିଛି ପୋଲିସ । ଏସବୁ ସାମଗ୍ରୀ ଜଙ୍ଗଲରେ ମାଓବାଦୀ ଲୁଚେଇ ରଖିଥିବା କିମ୍ବା ପୂର୍ବରୁ ସେଠାରେ କେକେବିଏନ୍ ଡିଭିଜନର ମାଓ କ୍ୟାମ୍ପ ଚାଲିଥିବା ସନ୍ଦେହ କରୁଛି ପୋଲିସ । ଏବେବି ସେ ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.