Latest Odisha News

BREAKING NEWS

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଭକ୍ତଙ୍କ ପାଇଁ ସୁବିଧା ଛଡ଼ା ଅନ୍ୟ ନିର୍ମାଣ ବେଆଇନ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ନେଇ କୌଣସି ଅନୁମତି ଦେଇନାହିଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (NMA) । ଗତ ସଂସଦ ଅଧିବେଶନର ଶୂନ୍ୟକାଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, AMASR ଆଇନ୍ ୧୯୫୮ ଅନୁସାରେ କୌଣସି ନିଷିଦ୍ଧାଞ୍ଚଳରେ ବଡ଼ ଧରଣର ନିର୍ମାଣ ହୋଇପାରିବ ନାହିଁ ।

ଏପରିକି ଏନେଇ ଅନୁମତି ଦେବା ନେଇ କୌଣସି ବ୍ୟବସ୍ଥା ନାହିଁ । ନିଷିଦ୍ଧାଞ୍ଚଳରେ ଭକ୍ତମାନଙ୍କ ପାଇଁ ପାଣି, ବିଦ୍ୟୁତ୍, ଡ୍ରେନ, ଶୌଚାଳୟ ବ୍ୟତୀତ ଅନ୍ୟ କୌଣସି ବୃହତ ନିର୍ମାଣ ହୋଇ ପାରିବ ନାହିଁ । ତେବେ ନିଷିଦ୍ଧାଞ୍ଚଳରେ ଭକ୍ତଙ୍କ ପାଇଁ ପାଣି, ଶୌଚାଳୟ ଆଦି ଲାଗି ସୁପାରିସ୍ କରାଯାଇ ପାରିବ । ଏନେଇ କୌଣସି ଅନୁମତି ଦେବାର ବ୍ୟବସ୍ଥା ନଥିବା ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ନିଷିଦ୍ଧାଞ୍ଚଳରେ ନିର୍ମାଣକୁ ନେଇ ଓଡ଼ିଶା ହାଇକୋର୍ଟରେ ମାମଲା ବିଚରାଧିନ ରହିଛି ।

Leave A Reply

Your email address will not be published.