Latest Odisha News

BREAKING NEWS

କଙ୍ଗନାଙ୍କ ‘ଗଡ୍‌ ମଦର’ ରେଖା

ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ରେଖା ୧୦ ଅକ୍ଟୋବରରେ ତାଙ୍କର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାରକାଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ କଙ୍ଗନା ରାନାୱତ ରେଖାଙ୍କୁ ତାଙ୍କର ‘ଗଡ୍‌ ମଦର’ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କଙ୍ଗନା ରେଖାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଉଭୟ ଅଭିନେତ୍ରୀଙ୍କୁ ଏକାଠି ଦେଖିବାକୁ ମିଳିଛି।

କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀରେ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି। ଏଥିରେ ରେଖା ଏକ ଗୋଲ୍‌ଡେନ୍‌ ରଙ୍ଗର ଶାଢୀ ଏବଂ ଗୋଲାପୀ ରଙ୍ଗର ବ୍ଲାଉଜ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାସହିତ ସେ ଭାରୀ ଅଳଙ୍କାର ମଧ୍ୟ ପିନ୍ଧିଥିବାର ନଜର ଆସିଛନ୍ତି। ଅନ୍ୟପକ୍ଷରେ, କଙ୍ଗନା ମଧ୍ୟ ଏକ ଗୋଲ୍‌ଡେନ୍‌ ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି।

Comments are closed.