Latest Odisha News

BREAKING NEWS

ଟାର୍ଗେଟ କିଲିଂ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ସତର୍କ, ୫୭୦ ଅଟକ

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଅଶାନ୍ତ କରିବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଘାଟିରେ ୨୫ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି । ଏହା ମଧ୍ୟରେ ୩ ବାହାର ଲୋକ, ୨ କଶ୍ମୀର ପଣ୍ଡିତ ଓ ୧୮ଜଣ ମୁସଲମାନ ରହିଛନ୍ତି । ସୁରକ୍ଷାକର୍ମୀ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିବା ସହ ଭାରତ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ୫୭୦ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଶ୍ରୀନଗରରେ ୭୦ଜଣ ଯୁବକଙ୍କୁ ଅଟକ ରଖାଯାଇଛି ।

ଉପ ରାଜ୍ୟପାଳ ମନୋଜ ସିହ୍ନା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏ ନେଇ ସୁରକ୍ଷା ଏଜେନ୍ସିଙ୍କ ସହ ଆଲୋଚନା ଆରମ୍ଭ କରିଦେଇଛି । ସୁରକ୍ଷା ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ଘାଟିରେ ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.