Latest Odisha News

BREAKING NEWS

ବିଗ ବଜେଟ ସାଇକୋଲୋଜିକାଲ ଥ୍ରୀଲରରେ ଏକତ୍ର ଅଭିନୟ କରିବେ କଙ୍ଗନା, ବିଜୟ ସେତୁପତି

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଓ ସାଉଥର ଲୋକପ୍ରିୟ କଳାକାର ବିଜୟ ସେତୁପତି ଏକ ବିଗ ବଜେଟ ଫିଲ୍ମରେ ଏକତ୍ର ଅଭିନୟ କରିବେ । ଅହିଂସା ଏଂଟରଟେନମେଂଟ ଓ ଟ୍ରିଡେଂଟ ଆର୍ଟ୍ସ ପକ୍ଷରୁ ଏହି ଫିଲ୍ମ ନିର୍ମାଣ କରାଯାଉଛି । ଏହି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମର ନିର୍ଦ୍ଦେଶକଙ୍କ ନାମ ଘୋଷଣା କରାଯାଇ ନାହିଁ । ଖୁବ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏ ନେଇ ଏକ ପୋଷ୍ଟର ମଧ୍ୟ ଜାରୀ କରାଯାଇଛି । ଫିଲ୍ମରେ ଆକ୍ସନ ଓ ଟେକ୍ନୋଲୋଜିର ଭରପୂର ବ୍ୟବcହାର କରାଯିବ ।

ବିଜୟଙ୍କ ସହ କଙ୍ଗନାଙ୍କ ଯୋଡିକୁ କେତେକ ୟୁଜର୍ସ ଟ୍ରୋଲ କରିଛନ୍ତି । ଏହାର ଜବାବରେ କଙ୍ଗନା ଲେଖିଛନ୍ତି, ମୁଁ ଭଲ ଭାବେ ଜାଣିଛିି ମୋର ଯେ କୌଣସି ଫିଲ୍ମ ରିଲିଜ ହେବା ପୂର୍ବରୁ ଏ ଭଳି ଘଟଣାମାନ ଘଟିଥାଏ । ସେ ଆହୁରି ମଧ୍ୟ ଲେଖିଛନ୍ତି କ୍ୟୁଁ ଚଙ୍ଗୁ ମଙ୍ଗୁ, ଜଲୀ ନା…. । ଚଳିତ ବର୍ଷ କଙ୍ଗନାଙ୍କ ତେଜସ, ଏର୍ମଜେନ୍ସି ଓ ଚନ୍ଦ୍ରମୂଖୀ ୨ ଫିଲ୍ମ ରିଲିଜ ହେବାକୁ ଅଛି । ଏହା ବ୍ୟତୀତ ସେ ଅନ୍ୟ ଏକ ଫିଲ୍ମରେ ମାତା ସୀତାଙ୍କ ଭୂମିକା କରୁଛନ୍ତି । ଅପରପକ୍ଷରେ ବିଜୟ ବହୁଚର୍ଚ୍ଚିତ ଶାହାରୁଖ ଖାଁଙ୍କ ଜୱାନରେ ନଜର ଆସିବେ ।

Comments are closed.