ମୁମ୍ବାଇ: କଙ୍ଗନା ରାନାୱତ ତାଙ୍କ ଫିଲ୍ମ କ୍ୟାରିୟରରେ ୪ର୍ଥ ଥର ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ହାତେଇଛନ୍ତି । ମଣିକର୍ଣ୍ଣିକା ଓ ପଙ୍ଗା ପାଇଁ ସେ ଚଳିତ ବର୍ଷ ଏହି ପୁରସ୍କାର ପାଇଛନ୍ତି । ଏଥିସହ କଙ୍ଗନା ଅଭିନେତ୍ରୀ ଭାବେ ସର୍ବାଧିକ ଥର ଜାତୀୟ ପୁରସ୍କାର ହାସଲ କରିଥିବା ଶାବନା ଆଜମୀଙ୍କ ନିକଟତର ହୋଇଛନ୍ତି । ଶାବନା ୫ଥର ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି ।
କୁଇନ କଙ୍ଗନା ୨୦୦୮ରେ ଫ୍ୟାଶନ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ, ୨୦୧୫ରେ ତନୁ ୱେଡ୍ସ ମନୁ ରିଟର୍ଣ୍ଣସ ଏବଂ ୨୦୧୫ରେ କୁଇନ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଅନ୍ୟ ପକ୍ଷରେ ଶାବନା ଅଙ୍କୁର, ଅର୍ଥ, କଂଧାର, ପାର ଓ ଗଡମଦର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇ ସାରିଛନ୍ତି । ସୂଚନାଯୋଗ୍ୟ, ନର୍ଗିସ ଦତଙ୍କୁ ରାତ ଔର ଦିନ ପାଇଁ ପ୍ରଥମ ଅଭିନେତ୍ରୀ ଭାବେ ଏହି ପୁରସ୍କାର ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ତବୁ ଓ ସ୍ମିତା ପାଟିଲ ୨ ଥର ଲେଖାଁଏ ଏହି ପୁରସ୍କାର ପାଇଛନ୍ତି ।
BREAKING NEWS
- ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା
- ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
- Union Budget 2026: ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା…
- ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ହ୍ରାସ ପାଏ କି ଶ୍ରବଣ ଶକ୍ତି ?
- Budget2026: ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
- Union Budget 2026: ଜାଣନ୍ତୁ…କ’ଣ ମହଙ୍ଗା, କ’ଣ ଶସ୍ତା?
- Union Budget 2026: ଶସ୍ତା ହେବ କର୍କଟ, ମଧୁମେହ ଏବଂ ଅଟୋଇମ୍ମ୍ୟୁନ୍ ରୋଗର ଔଷଧ…
- ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
Comments are closed.