Latest Odisha News

BREAKING NEWS

ବିବେକଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ କଙ୍ଗନା !

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଏବେ ସାରା ଭାରତରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ତାଙ୍କ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଏବେ ସାରା ଭାରତରେ ସଫଳତାର ନୂତନ ଅଧ୍ୟାୟ ସୃଷ୍ଟି କରିଛି । ବିବେକ, ଅନୁପମ ଖେର ଓ ମିଥୁନ ଚକ୍ରବର୍ତିଙ୍କ କମ୍ବିନେଶନ ଫିଲ୍ମକୁ ଜୀବନ୍ତ କରିପାରିଛି । ଏହି ଫିଲ୍ମର ସଫଳତା ପରେ ବିବେକ ତାଙ୍କ ଆଗାମୀ ଫିଲ୍ମ ପାଇଁ କଙ୍ଗନା ରାନାୱତଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ।

କଙ୍ଗନା ମଧ୍ୟ ତାଙ୍କ ସହ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଫିଲ୍ମର କାହାଣୀ ଏବଂ ଅନ୍ୟ ଦିଗ ନେଇ କୌଣସି ଆଲୋଚନା ହୋଇ ନାହିଁ । ଧାକଡ ଫିଲ୍ମ ପରେ ଯଦି ସବୁ କିଛି ଠିକଠାକ ହୁଏ ତାହାହେଲେ ଏ ନେଇ ଅଧିକ ତଥ୍ୟ ସମ୍ମୁଖକୁ ଆସିପାରିବ । ତେବେ ବର୍ତମାନ ବିବେକ ଦି କଶ୍ମୀର ଫାଇଲ୍ସ ସଫଳତାର ମଜା ଲୁଟୁଛନ୍ତି ।

Leave A Reply

Your email address will not be published.