Latest Odisha News

ଅନୁବାଦ କବିତା : ପ୍ରେମ ପ୍ରେମ ପ୍ରେମ

ୱେଷ୍ଟ ଇଣ୍ଡିଜର ସେଣ୍ଟ ଲୁସିଆରେ ଜନ୍ମ ଗ୍ରହଣ କରିଥିବା ଡେରେକ ୱାଲକଟ ୧୯୯୨ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିଲେ। ସେ ଏକାଧାରରେ ଜଣେ କବି , ନାଟ୍ୟକାର , ସାହିତ୍ୟ ସମାଲୋଚକ ଓ ଚିତ୍ର ଶିଳ୍ପୀ ରୂପେ ପ୍ରଖ୍ୟାତ ଅଟନ୍ତି। ସେ ତିରିଶରୁ ଅଧିକ କବିତା ସଙ୍କଳନ, ପଚିଶରୁ ଅଧିକ ନାଟକ ଓ ଆଠରୁ ଅଧିକ ସମାଲୋଚନା ପ୍ରବନ୍ଧ ପୁସ୍ତକର ପ୍ରଣେତା। ୧୯୯୦ ରେ ପ୍ରକାଶିତ ତାଙ୍କର ମହାକାବ୍ୟ "ଅମେରେଶ" ହୋମରଙ୍କ ମହାକାବ୍ୟ "ଇଲିଆର୍ଡ" ଓ "ଓଡେଶୀ" ଦ୍ୱାରା ଅନୁପ୍ରେରିତ ଓ ଏହା ତାଙ୍କର ଶ୍ରେଷ୍ଠ କୃତି।

ମୂ ରଚନା : ଡେରେକ ୱାଲକର୍ଟ 

ସମୟ ଆସିବ, ଯେତେବେଳେ ଅତି ଆନନ୍ଦରେ
ନିଜ ଘରର ଦ୍ୱାର ଦେଶରେ
ନିଜ ଆସିବାକୁ ଅଭ୍ୟର୍ଥନା ଜଣାଇବ ,
ତୁମ ନିଜ ଆଇନାରେ ନିଜକୁ ଅନାଇ
ପରସ୍ପରକୁ ସ୍ୱାଗତ କରିବ ଏବଂ କହିବ
ଏଇଠି ବସ, ଖାଅ ।
ତୁମେ ପୁଣିଥରେ ତୁମ ଅଚିହ୍ନା ନିଜକୁ
ଭଲ ପାଇବ।
ବାଢି ଆଣ ସୁରା ଓ ଆହାର,
ପୁଣି ଥରେ ନିଜ ହୃଦୟକୁ
ନିଜକୁ ହିଁ ଫେରାଇ ଦିଅ।
ପ୍ରତ୍ୟର୍ପଣ କରିଦିଅ ସେଇ ଅପରିଚିତକୁ
ଯିଏ ତୁମକୁ ଜୀବନସାରା ଭଲ ପାଇଥିଲା,
ତୁମେ କିନ୍ତୁ ଅନ୍ୟ ପାଇଁ ଅନାଦର କରିଥିଲ ତାକୁ
ମାତ୍ର ସେ ଠିକ ଚିହ୍ନିଥିଲା
ତୁମ ହୃଦୟକୁ।

ବହି ଥାକରେ ଥିବା ସବୁ ପ୍ରେମପତ୍ର , ଫଟୋ ଚିତ୍ର,
ତଥା ନିରାଶାରେ ପୂର୍ଣ୍ଣ ଲେଖାମାନ
କାଢ଼ି ପକାଅ, ଫିଙ୍ଗି ଦିଅ
ତୁମ ନିଜ ଚେହେରାକୁ ଆଇନା କାଚରୁ
ଅଲଗା କରିଦିଅ।

ବସିପଡ଼ , ନିଜ ଜୀବନକୁ ନେଇ ଉତ୍ସବ ମନାଅ।

 

ଅନୁବାଦ : ମନୋରଞ୍ଜନ ହୋତା 

Leave A Reply

Your email address will not be published.