Latest Odisha News

BREAKING NEWS

କାମାକ୍ଷ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ କଙ୍ଗନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଯେକୌଣସି ପ୍ରସଙ୍ଗରେ ନିଜ ସ୍ପଷ୍ଟ ମତ ଦେବା ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । କଙ୍ଗନା ବୁଧବାର ଗୁଆହାଟୀସ୍ଥିତ କାମାକ୍ଷ ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । କିଛି ଦିନ ହେବ ସେ ବିଭିନ୍ନ ଧାର୍ମିକ ସ୍ଥାନ ଦର୍ଶନ କରୁଛନ୍ତି । ଗତ ମାସରେ ସେ ବାବା କେଦାରନାଥ ଓ ହରିଦ୍ୱାର ଯାଇଥିବା ବେଳେ ବୁଧବାର କାମାକ୍ଷଦେବୀ ମନ୍ଦିର ଦର୍ଶନ କରିଛନ୍ତି । ମନ୍ଦିର ପରିଦର୍ଶନ କରିବା ସମୟର ଫଟୋ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ବୁଧବାର ସକାଳେ ସେ କାମାକ୍ଷଦେବୀ ମନ୍ଦିରରେ ପହଞ୍ଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ବ୍ରାହ୍ମଣ ତାଙ୍କ କପାଳରେ ଚନ୍ଦନ ଓ ସିନ୍ଦୂର ଲଗାଇବା ସହ ବେକରେ ଏକ ଫୁଲମାଳ ପକାଇଥିଲେ । ଏହି ସମୟରେ ସେ ଏକ ପର୍ପଲ ରଙ୍ଗର ଅନାରକଲି ଚୁଡ଼ିଦାର ପିନ୍ଧିବା ସହ ଏକ ନାଲି ରଙ୍ଗର ଚୁନି ପକାଇଥିଲେ । ସେୟାର କରିଥିବା ଭିଡ଼ିଓରେ କ୍ୟାପସନ ଲେଖିଛନ୍ତି, ସମସ୍ତେ କାମାକ୍ଷ ଦେବୀଙ୍କ ଦର୍ଶନ କରନ୍ତୁ । ଏହି ମନ୍ଦିରରେ ଜଗତଜନନୀ ମାଆଙ୍କୁ ଯୋନି ରୂପରେ ପୂଜା ପାଆନ୍ତି । ଏହା ହେଉଛି ମାଆଙ୍କ ଶକ୍ତିର ମହାନ ରୂପ । ଯଦି ଆପଣ କେବେ ଗୁଆହାଟୀ ଆସନ୍ତି, ତେବେ ନିଶ୍ଚୟ ମାଆଙ୍କୁ ଦର୍ଶନ କରନ୍ତୁ ।

ଆଗକୁ କଙ୍ଗନା ଫିଲ୍ମ ଇମର୍ଜେନ୍ସରେ ନଜର ଆସିବେ । ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ଏହାର ଟିଜର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିଜେ କଙ୍ଗନା । ଏହି ଫିଲ୍ମ ନଭେମ୍ବର ୨୪ରେ ରିଲିଜ ହେବ ।

Comments are closed.