ମୁମ୍ବାଇ: ବଲିଉଡରେ ଫିଲ୍ମ ଫେୟାର ପୁରସ୍କାର ପାଇବା ପାଇଁ ସମସ୍ତେ ବ୍ୟଗ୍ର ହେଉଥିବା ବେଳେ କଙ୍ଗନା ରାନାୱତଙ୍କ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ନିକଟରେ ଫିଲ୍ମ ଫେୟାର ତାଙ୍କୁ ଥାଲାଇଭି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ରଖିଥିବାରୁ ସେ ରାଗି ଯାଇଛନ୍ତି । ମୁଁ କୌଣସି ଭ୍ରଷ୍ଟ ଏବଂ ଅନୈତିକ ପୁରସ୍କାର କାର୍ଯ୍ୟକ୍ରମର ଅଂଶବିଶେଷ ହେବାକୁ ଚାହୁଁନି । ସେମାନେ ମୋ ନାମ ପୁରସ୍କାର ତାଲିକାରେ ସାମିଲ କରି ଅପମାନିତ କରିଛନ୍ତି । ଏହା ବ୍ୟତୀତ ବାରମ୍ବାର ଫୋନ କରି ମୋର ସମୟ ନଷ୍ଟ କରୁଛନ୍ତି ବୋଲି ସେ କହିଛନ୍ତି । ମୋର ମାନହାନୀ ହୋଇଥିବାରୁ ମୁଁ କେସ କରିବି । ୨୦୧୪ ପରଠାରୁ କଙ୍ଗନା ଫିଲ୍ମଫେୟାର ପୁରସ୍କାରଠାରୁ ନିଜକୁ ଦୂରେଇ ରଖିଛନ୍ତି । ୬୭ତମ ଫିଲ୍ମ ଫେୟାର ନୋମିନେଶନ ତାଲିକା ଜାରୀ କରାଯାଇଛି । ରଣବୀର ସିଂଙ୍କ ୮୩ ପାଇଁ ଶ୍ରେଷ୍ଠ ଅଭିନେତା ଓ କଙ୍ଗନାଙ୍କୁ ଥାଲାଇଭି ପାଇଁ ନୋମିନେଟ କରାଯାଇଛି । କୁଇନ କଙ୍ଗନା ଏବେ ଏମରଜେନ୍ସି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି ।
BREAKING NEWS
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
Comments are closed.