Latest Odisha News

BREAKING NEWS

ଘୋଷଣା ହେଲା କଙ୍ଗନା ଅଭିନୀତ ଥାଲାଇଭି ଫିଲ୍ମର ରିଲିଜ ତାରିଖ

ଚେନ୍ନାଇ:ତାମିଲନାଡୁର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଥାଲାଇଭି ଫିଲ୍ମର ରିଲିଜ ତାରିଖ ବୁଧବାର ଘୋଷଣା କରାଯାଇଛି । ଜୟଲଳିତାଙ୍କ ଭୂମିକା କରୁଥିବା କଙ୍ଗନା ରାନାୱତ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଜୟଲଳିତାଙ୍କ ୭୩ତମ ଜନ୍ମଦିବସ ୨୩ ଏପ୍ରିଲ ୨୦୨୧ରେ ଫିଲ୍ମ ରିଲିଜ ହେବ ।

କଙ୍ଗନା ଲେଖିଛନ୍ତି ଜୟା ଆମ୍ମା କେ ଲିୟେ ଉନକି ଲିଜେଣ୍ଡ ଲାଇଫ କା ସାକ୍ଷୀ ବନିୟେ ଥାଲାଇଭି କେ ସାଥ । ଫିଲ୍ମରେ ଅରବିନ୍ଦ ସ୍ୱାମୀ ଗୁରୁତ୍ୱପୂର୍ଣ୍ଣ ଏମଜିଆରଙ୍କ ଭୂମିକା କରୁଛନ୍ତି । ବିଜୟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । କଙ୍ଗନା ଏହି ଫିଲ୍ମ ପାଇଁ ୨୦ କିଲୋ ଓଜନ ବଢ଼ାଇଥିଲେ । ଏହା ପରେ ଧାକଡ ଫିଲ୍ମ ପାଇଁ ସେ ପରିଶ୍ରମ କରି ଓଜନ କମାଇଥିଲେ ।

Leave A Reply

Your email address will not be published.