Latest Odisha News

BREAKING NEWS

ଜଲ୍ଲିକଟ୍ଟୁ ଚୟନ ନେଇ ସନ୍ତୋଷ ବ୍ୟକ୍ତ କଲେ କଙ୍ଗନା: “ମୁଭି ମାଫିଆ ଗ୍ୟାଙ୍ଗ ଲୁଚିଛନ୍ତି, ଫଳାଫଳ ଆପଣଙ୍କ ସାମ୍ନାରେ’’

ମୁମ୍ବାଇ:କୁଇନ କଙ୍ଗନା ରାନାୱତ ମାଲାୟଲମ ଫିଲ୍ମ ଜଲ୍ଲିକଟ୍ଟୁ ଓସ୍କାର ଏକାଡେମୀ ଆୱାର୍ଡସ ପାଇଁ ମନୋନୀତ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଭି ମାଫିଆ ଗ୍ୟାଙ୍ଗ ଘରେ ଏବେ ଲୁଚି କରି ଅଛନ୍ତି । ତାର ଫଳାଫଳ ଆପଣଙ୍କ ସାମ୍ନାରେ ରହିଛି ବୋଲି ସେ କହିଛନ୍ତି । ଜୁରୀମାନେ ସେମାନଙ୍କ କାର୍ଯ୍ୟ ସୁଚାରୁରୂପ ତୁଲାଇଛନ୍ତି । ୧୪ ସଦସ୍ୟ ଜୁରୀ ୨୭ ଫିଲ୍ମ ମଧ୍ୟରୁ ଜଲ୍ଲିକଟ୍ଟୁକୁ ଚୟନ କରିଥିଲେ । ଏଥିପାଇଁ ଜଲ୍ଲିକଟ୍ଟୁ ଟିମ ଅଭିନନ୍ଦନର ପାତ୍ର ବୋଲି କଙ୍ଗନା କହିଛନ୍ତି ।

ସୂଚନାଯୋଗ୍ୟ, ଓସ୍କାର ପୁରସ୍କାର ଶ୍ରେଷ୍ଠ ମନୋରଞ୍ଜନଧର୍ମୀ ବିଦେଶ ଫିଲ୍ମ କାଟାଗୋରିରେ ଉପରୋକ୍ତ ଫିଲ୍ମ ସ୍ଥାନ ପାଇଛି । ୨୫ ଏପ୍ରିଲ ୨୦୨୧ରେ ଏହି ପୁରସ୍କାର ଚୟନ କରାଯିବ । ଏଥିରୁ ପ୍ରମାଣିତ ହେଉଛି ଫିଲ୍ମ ଇଣ୍ଡଷ୍ଟ୍ରି କେବଳ କିଛି ପରିବାରର ନୁହେଁ ବୋଲି ପ୍ରମାଣିତ ହେଉଛି ।

Leave A Reply

Your email address will not be published.