Latest Odisha News

BREAKING NEWS

ଅଯୋଧ୍ୟା ମାମଲାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ କଙ୍ଗନା !

ମୁମ୍ବାଇ: ବି-ଟାଉନରୁ ଆସିଛି ଏକ ବଡ଼ ଖବର । ଅଭିନେତ୍ରୀରୁ ପ୍ରଯୋଜିକା ହେବାକୁ ଯାଉଛନ୍ତି ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ।

ଅଭିନୟରେ ନିଜର ଦକ୍ଷତା ପ୍ରମାଣ ପରେ ଏବେ କଙ୍ଗନା ଫିଲ୍ମ ପ୍ରଯୋଜନା କରିବେ ବୋଲି ଶୁଣିବାକୁ ମିଳିଛି ।

ତେବେ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଇଥିବା ରାୟ ଉପରେ କଙ୍ଗନା ଏକ ଫିଲ୍ମ ନିର୍ମାଣ କରିବେ ବୋଲି ଖବର ମିଳିଛି । ଏହି ଫିଲ୍ମରେ ପ୍ରଯୋଜିକା ଦାୟିତ୍ବରେ କଙ୍ଗନା ରହିଥିବା ବେଳେ, ଏହାର ନାମ ‘ଅପରାଜିତ ଅଯୋଧ୍ୟା’ ରଖାଯିବ ବୋଲି ଚର୍ଚ୍ଚା ହେଉଛି ।

କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ନିଜର ଟୁଇଟର ଆକାଉଣ୍ଟ ଜରିଆରେ କଙ୍ଗନା ପ୍ରଯୋଜିକା ଭାବେ ଡେବ୍ୟୁ କରିବାକୁ ଯାଉଥିବା ଖବର ଦେଇଛନ୍ତି। ରଙ୍ଗୋଲି ଟ୍ୱିଟ କରି ଲେଖିଛନ୍ତି ଯେ, “ଖୁବଶୀଘ୍ର ‘ଅପରାଜିତ ଅଯୋଧ୍ୟା’କୁ ନେଇ କଙ୍ଗନା ବଡ଼ ଘୋଷଣା କରିବେ, ଯେଉଁଥିରେ ଫିଲ୍ମର ନିର୍ଦ୍ଦେଶନା ଓ କଳାକାର କିଏ ହେବେ, ସେ ନେଇ ଘୋଷଣା କରାଯିବ”।

ଅନ୍ୟ ପକ୍ଷରେ କଙ୍ଗନା କହିଛନ୍ତି, “ଅପରାଜିତ ଅଯୋଧ୍ୟାରେ ଜଣେ ହିରୋ କିଭଳି ନାସ୍ତିକରୁ ଆସ୍ତିକକୁ ପରିବର୍ତ୍ତିତ ହେଉଛି, ତାହା ଦର୍ଶକ ଦେଖିବାକୁ ପାଇବେ। ଦେଖିବାକୁ ଗଲେ ଏହା ମୋର ବ୍ୟକ୍ତିଗତ ଯାତ୍ରାକୁ ଦର୍ଶାଉଛି। ସେଥିପାଇଁ ପ୍ରଯୋଜିକା ଭାବେ ଯାତ୍ରା ଆରମ୍ଭ କରିବା ନେଇ ମୋତେ ଏହି ବିଷୟ ଅଧିକ ଉପଯୁକ୍ତ ବୋଲି ଲାଗିଲା” ବୋଲି କଙ୍ଗନା କହିଛନ୍ତି ।

ମୁମ୍ବାଇ ମିରର ସୂଚନା ମୁତାବକ, ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍ ହେବା ସହ ଏହାର ସ୍କ୍ରିପ୍ଟ ଲେଖିବା ଦାୟିତ୍ବ କେଭି ବିଜୟେନ୍ଦ୍ର ପ୍ରସାଦଙ୍କୁ ଦିଆଯାଇଛି।

Comments are closed.