Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସାଇନାଙ୍କ ଅଭିଯାନ ଶେଷ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଗୁରୁବାର ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାରମୁରୁଙ୍ଗଫାନ୍‌ଙ୍କ ନିକଟରୁ ସେ ୨୩-୨୧, ୧୪-୨୧ ଓ ୧୬-୨୧ରେ ପରାଜିତ ହୋଇଥିଲେ । ପ୍ରଥମ ଗେମରେ ଆକର୍ଷଣୀୟ ବିଜୟ ହାସଲ କରିଥିଲେ ମଧ୍ୟ ବୁସାନାନ ପରବର୍ତୀ ୨ଟି ଗେମକୁ ଜିତି ମ୍ୟାଚରେ ବିଜୟ ହାସଲ କରିଥିଲେ । ତୃତୀୟ ଗେମ ବେଳକୁ ସାଇନା ହାଲିଆ ହୋଇ ପଡିଥିବା ଦେଖିବାକୁ ମିଳିଥିଲା ।

ପ୍ରଥମ ରାଉଣ୍ଡରେ ମାଲେସିଆର କିସୋନା ସେଲଭାଡୁରେଙ୍କୁ ହରାଇ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ଟୁର୍ଣ୍ଣାମେଂଟ ଆରମ୍ଭରୁ ସାଇନା କରୋନା ପଜିଟିଭ ଥିବା ରିପୋର୍ଟ ଆସିଥିଲେ ମଧ୍ୟ ପରେ ଏହା ନେଗେଟିଭ ଥିବା ଜଣାପଡିଥିଲା ।

Leave A Reply

Your email address will not be published.