Latest Odisha News

ଆମେରିକାରେ “ମୋଦି ଜୀ” ଥାଳି

ୱାଶିଂଟନ: ନିଜର ବିଦେଶ ଗସ୍ତକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୁଣି ଥରେ ପ୍ରସ୍ତାବିତ ଆମେରିକା ଗସ୍ତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରଧାନମନ୍ତ୍ରୀ ପୁଣିଥରେ ଆମେରିକା ଗସ୍ତରେ ଯାଉଥିବାରୁ ସେଠାରେ ଅବସ୍ଥାପିତ ମୂଳ ଭାରତୀୟମାନେ ବେଶ୍ ଉତ୍ସାହିତ । ମୋଦିଙ୍କର ଏହି ଗସ୍ତକୁ ଅଧିକ ଚର୍ଚ୍ଚିତ ଓ ସ୍ମରଣୀୟ କରିବା ପାଇଁ ଏଥର ଏକ ହୋଟେଲ ତାଙ୍କ ନାମରେ ଖାଦ୍ୟ ଥାଳି ପ୍ରସ୍ତୁତ କରିଛି ।

ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବିଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଜୁନରେ ଆମେରିକା ଗସ୍ତ କରିବେ । ଆମେରିକାର ରାଷ୍ଟ୍ରପତି ତଥା ପ୍ରଥମ ଲେଡି ମଧ୍ୟ ଜୁନ ୨୨ ରେ ମୋଦିଙ୍କୁ ରାଜ୍ୟ ଭୋଜନ ପାଇଁ ଆୟୋଜନ କରିବେ । ଏହି ଗସ୍ତକୁ ନେଇ ଭାରତୀୟ-ଆମେରିକୀୟମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି ସମୟରେ ନ୍ୟୁ ଜର୍ସିର ଏକ ହୋଟେଲ ତାଙ୍କ ନାମରେ ଏକ ଖାଦ୍ୟ ଥାଳି ପ୍ରସ୍ତୁତ କରିଛି । ଯାହାର ନାଁ ରହିଛି ‘ମୋଦି ଜୀ ଥାଳି’ । ଏହି ଥାଳିରେ ୮ଟି ଲୋକପ୍ରିୟ ଭାରତୀୟ ଖାଦ୍ୟ ଦେଖିବାକୁ ମିଳୁଛି ।

ହୋଟେଲ ମାଲିକ ତଥା ରୋଷେୟା ଶ୍ରୀପଦ କୁଲକର୍ଣ୍ଣି ଏହି ଥାଳି ପ୍ରସ୍ତୁତ କରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାକୁ ଦେଖି ସେ ଏପରି କରିଛନ୍ତିି । ସେ ଏହାର ଏକ ଭିଡ଼ିଓ ପ୍ରସ୍ତୁତ କରି ଭାରତୀୟ ଖାଦ୍ୟରେ ପରିପୂର୍ଣ୍ଣ ଏକ ଥାଳି ଦେଖାଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଥାଳିରେ ଖିଚିଡ଼ି, ସୋରିଷ ଶାଗ, କଶ୍ମୀରୀ ଦମ ଆଳୁ, ରସଗୁଲା, ଇଡିଲି, ଢୋକଲା, ବଟରମିଲ୍କ , ପାପଡ ଏବଂ ଅନ୍ୟାନ୍ୟ ଖାଦ୍ୟ ରହିଛି ।

ଏହାପୂର୍ବରୁ ପିଏମ ମୋଦିଙ୍କ ଜନ୍ମଦିନ ପୂର୍ବରୁ ଦିଲ୍ଲୀର ଏକ ହୋଟେଲ ୫୬ ଇଞ୍ଚ ନରେନ୍ଦ୍ର ମୋଦି ଥାଳି ପ୍ରସ୍ତୁତ କରିଥିଲା ।

Leave A Reply

Your email address will not be published.