Latest Odisha News

BREAKING NEWS

ମଣିପୁର ସଙ୍କଟ : ଏନପିପିର ୪ ମନ୍ତ୍ରୀ ଇସ୍ତଫା ପ୍ରତ୍ୟାହର କରିନେବାକୁ ରାଜି

ଇମ୍ଫାଲ: ମଣିପୁରରେ କଂଗ୍ରେସ ସରକାର କରିବା ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ଗୁରୁବାର ବିଜେପିର ସହଯୋଗୀ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି)ର ୪ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପ୍ରତ୍ୟାହାର କରିନେବାକୁ ରାଜି ହୋଇଛନ୍ତି । ମେଘାଳୟ ମୁଖ୍ୟମନ୍ତ୍ରୀ ଓ ଏନପିପି ମୁଖ୍ୟ କୋନରାଡ ସଙ୍ଗମା କହିଛନ୍ତି ଯେ, ସେମାନେ ବିଜେପିର ବୀରେନ ସିଂ ସରକାରଙ୍କୁ ସମର୍ଥନ କରିବେ ।

ସୂଚନାଯୋଗ୍ୟ ୧୭ ଜୁନରେ ୯ ବିଧାୟକ ଇସ୍ତଫା ଦେବା ପରେ ବିଜେପି ସରକାର ଉପରେ ସଙ୍କଟ ଆସିଥିଲା । ଏହାର ଫାଇଦା ଉଠାଇ କଂଗ୍ରେସ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ହେମନ୍ତ ବିଶ୍ୱ ଶର୍ମାଙ୍କୁ ଉତରପୂର୍ବାଂଚଳର ଚାଣକ୍ୟ କୁହାଯାଇଛି । ସେ ଉଭୟ ଦଳର ନେତାଙ୍କୁ ଭେଟି ସରକାର ବଂଚାଇବା ପାଇଁ ଚେଷ୍ଟା କରିଥିଲେ ।

Leave A Reply

Your email address will not be published.