Latest Odisha News

BREAKING NEWS

କଙ୍ଗନାଙ୍କ ଲକ ଅପର ଜାରୀ ହେଲା ଫାଷ୍ଟ ଲୁକ୍‌

ମୁମ୍ବାଇ: ଏକତା କାପୁର ବଲିଉଡ କୁଇନ କଙ୍ଗନା ରାନାୱତଙ୍କୁ ନେଇ ଫିୟରଲେସ ରିୟଲିଟି ଶୋ ଲକ ଅପ: ବ୍ୟାଡ ଆସ ଜେଲ ଅତ୍ୟାଚାରୀ ଖେଲ ଘୋଷଣା କରିବା ପରେ ଏବେ ଏହା ସୋସିଆଲ ସାଇଟରେ ଟ୍ରେଣ୍ଡ କରିବାରେ ଲାଗିଛି । ଅଲଟ ବାଲାଜୀ, ଏମଏକ୍ସ ପ୍ଲେୟାର ଏହାକୁ ପ୍ରଡ୍ୟୁସ କରିଛନ୍ତି । କଙ୍ଗନା ଏଥିରେ ଏକ କଠୋର ଜେଲର ଭୂମିକା କରିବେ । ଏହି ଅବସରରେ ଗୁରୁବାର ଏହାର ଫାଷ୍ଟ ଲୁକ ଜାରୀ କରାଯାଇଛି । କଙ୍ଗନା ଏକ ନିଆରା ଷ୍ଟାଇଲରେ ପୋଜ ଦେଇଥିବା ଦେଖିବାକୁ ମିଳିଛି ।

ଶୁକ୍ରବାର ଏହାର ଟିଜର ପ୍ରକାଶ ପାଇବ । ଦର୍ଶକ ଏହି ୨୪ଗୁଣନ୭ ଶୋରେ ସିଧାସଳଖ ଜଡିତ ହେବେ । ଏଥିରେ ଦଣ୍ଡ ବିଧାନଠାରୁ ଆରମ୍ଭ କରି ପୁରସ୍କାର ଦିଆଯିବ । ଶୋର ପ୍ରିମିୟର ଫେବୃୟାରୀ ୨୭ରେ ଆୟୋଜିତ ହେବ ।

Comments are closed.