Latest Odisha News

୧୪ରୁ ନୁହେଁ ୨୮ରୁ ସ୍କୁଲ୍ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବାକୁ ନେଇ ବଦଳିଲା ନିଷ୍ପତ୍ତି । ଫେବ୍ରୁଆରୀ ୧୪ରେ ଖୋଲିବନି ସ୍କୁଲ । ୨୮ରୁ ସ୍କୁଲ ଆସିବେ କେଜିରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ୨ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଛି । ଆବର୍ଜନା ସଫା କରିବା ସମୟ ଲାଗୁଛି । ଆଗକୁ ପଞ୍ଚାୟତ ନିର୍ବାଚନ । ନିର୍ବାଚନରେ ଅଧିକାଂଶ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ିୟୋଜିତ ଅଛନ୍ତି । ସେମାଙ୍କୁ ନିର୍ବାଚନ ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଅଧିକାଶଂ ବିଦ୍ୟାଳୟରେ ମତଦାନ କେନ୍ଦ୍ର ହେଉଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

ତେବେ ୧୪ ତାରିଖରୁ ସ୍କୁଲ ଖୋଲିବାକୁ ଥିବାବେଳେ କେବଳ ଶିକ୍ଷକ/ଶିକ୍ଷୟିତ୍ରୀ ଆସିବେ । ଶ୍ରେଣୀଗୃହ ପାଠପଢ଼ା ଫେବ୍ରୁଆରୀ ୨୮ ତାରିଖରୁ ଆରମ୍ଭ ହେବ । ସେ ପର୍ୟ୍ୟନ୍ତ ଅନଲାଇନ୍ ଶିକ୍ଷାଦାନ ଜାରି ରହିବ । ଏନେଇ ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

Comments are closed, but trackbacks and pingbacks are open.