ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ବଲିଉଡ ତାରକା କଙ୍ଗନା ରାଣାୱତଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ନିଜ ନିରବତା ଭାଙ୍ଗ କରିଛନ୍ତି ଓଡିଆ ଗାୟିକା ସୋନା ମହାପାତ୍ର । ସୋନା କହିଛନ୍ତି ଯେ, କଙ୍ଗନାଙ୍କୁ କାହାର ସମର୍ଥନର ଆବଶ୍ୟକତା ନାହିଁ । ସେ ସେତିକି ସ୍ମାର୍ଟ ଯେ ନିଜ ଯତ୍ନ ନେବାକୁ ସେ ସକ୍ଷମ।
ଶିବସେନା ନେତାଙ୍କ ସହ କଙ୍ଗନାଙ୍କର ଚାଲିଥିବା ମତଭେଦକୁ ନେଇ ସୋନାଙ୍କ ଫ୍ୟାନ୍ସ ତାଙ୍କ ମନ୍ତବ୍ୟକୁ ଜାଣିବାକୁ ଚାହିଁଥିଲେ । ଏହାର ପ୍ରତିକ୍ରିୟାରେ ସୋନା ତାଙ୍କର ଫ୍ୟାନ୍ସଙ୍କ ପ୍ରଶ୍ନରେ ଟ୍ୱିଟ୍ କରି ଏପରି କହିଛନ୍ତି ।
Comments are closed.