Latest Odisha News

BREAKING NEWS

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ, ନେଗେଟିଭ ହେଲେ ଏଣ୍ଟ୍ରି ଅନୁମତି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ବିଧାନସଭା ଅଧିବେଶନର ଦୁଇ ଦିନ ପୂର୍ବରୁ ନମୁନା ପରୀକ୍ଷା କରାଯିବ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ସମସ୍ତଙ୍କର RT-PCR ଟେଷ୍ଟ କରାଯିବ ।

ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀମାନଙ୍କର କୋଭିଡ୍ ଟେଷ୍ଟ କରାଯିବ । ନେଗେଟିଭ ରିପୋର୍ଟ ଆସିଲେ ପ୍ରବେଶ ଅନୁମତି ମିଳିବ । ପଜିଟିଭ୍ ଥିଲେ ଅନୁମତି ମନା ।

ପାଞ୍ଚ ଦିନ ପରେ ପୁଣି ଥରେ ବିଧାୟକ ଓ ମନ୍ତ୍ରୀଙ୍କର ନମୁନା ପରୀକ୍ଷା କରାଯିବ । ବିଧାନସଭା ପରିସରରେ ଅଧିବେଶନ ବସିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ଆଜି ଏନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ବିଏମସି କମିଶନର ଉପସ୍ଥିତ ଥିଲେ ।

ଗତ କିଛି ଦିନ ହେବ ରାଜ୍ୟରେ ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ପାଖପାଖି ୨୦ ଜଣ ବିଧାୟକ ଏହାରି ଭିତରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକମାନଙ୍କର କୋଭିଡ୍ ଟେଷ୍ଟ କରାଯିବ ।

Leave A Reply

Your email address will not be published.