Latest Odisha News

BREAKING NEWS

ଆସନ୍ତୁ ଜାଣିବା ନିଜକୁ କାହିଁକି ଲତା ମଙ୍ଗେସକରଙ୍କ ସହିତ ତୁଳନା କଲେ କଙ୍ଗନା

ମୁମ୍ବାଇ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଂଟଙ୍କ ପ୍ରି ୱେଡିଂ କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ଅନେକ କଳାକାର ଅଂଶଗ୍ରହଣ କରିଥିଲେ । ଏହା କିନ୍ତୁ କୁଇନ କଙ୍ଗନା ରାନାୱତଙ୍କୁ ପସନ୍ଦ ଆସିନି । ଅମ୍ବାନୀଙ୍କ ପାର୍ଟିରେ ଯୋଗ ଦେଇଥିବା କଳାକାରଙ୍କୁ ସମ୍ମାନ ରକ୍ଷା ପାଇଁ କହିବା ସହ ନିଜକୁ ଲତା ମଙ୍ଗେସକରଙ୍କ ସହ ତୁଳନା କରିଛନ୍ତି । ଲତା ମ୍ୟାଡାମ ଆଉ ମୋତେ ଯେତେ ଟଙ୍କା ଦେଲେ ବି କାହାର ବିବାହ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରି ନାହୁଁ । ଆମ ଦୁଇ ଜଣଙ୍କର ଅନେକ ଗୀତ ହିଟ ହୋଇଛି । ସୂଚନାଯୋଗ୍ୟ, ଲତା ଏକଦା କହିଥିଲେ ମୋତେ ୫ ମିଲିୟନ ଡଲାର ଦେଲେ ବି ବିବାହ କାର୍ଯକ୍ରମରେ ଗୀତ ଗାଇବି ନାହିଁ ।

କଙ୍ଗନା ଲେଖିଛନ୍ତି ଯେ, ମୁଁ ମୋ ଜୀବନରେ ଆର୍ଥୀକ ଅନାଟନର ଶୀକାର ହୋଇଛି । ମାତ୍ର ଅର୍ଥ ଲୋଭରେ ବାହାଘରରେ ନାଚିବା ମୋ ପକ୍ଷେ ସମ୍ଭବପର ନୁହେଁ । ଆଗକୁ ଆଇଟମ ସଙ୍ଗ ଓ ପୁରସ୍କାର ବିତରଣ ସମାରୋହରେ ମଧ୍ୟ ନିଜକୁ ଦୂରେଇ ରଖିବା ପାଇଁ ଚିନ୍ତା କରିଛି । ଶର୍ଟ କଟ ଦୁନିଆରେ ଯୁବ ପିଢ଼ୀ ସହଜରେ ଅର୍ଥ ରୋଜଗାର କରିପାରିବେ ମାତ୍ର ସମ୍ମାନ କିଣି ପାରିବେ ନାହିଁ । ୧ରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାଁ, ସଲମାନ ଖାଁ ଓ ଅମୀର ଖାଁଙ୍କ ସମେତ ଅନେକ ବଲିଉଡ କଳାକାର ଷ୍ଟେଜରେ ପ୍ରଦର୍ଶନ କରିଥିଲେ । ଖୁବ ଶୀଘ୍ର କଙ୍ଗନାଙ୍କ ଏର୍ମଜେନ୍ସି ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି ।

Leave A Reply

Your email address will not be published.