Latest Odisha News

BREAKING NEWS

ବିଭତ୍ସ ହତ୍ୟା ଘଟଣା: ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

କେନ୍ଦୁଝର: ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲା । ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି । ଫାଶି ଦଣ୍ଡାଦେଶ ପାଇଥିବା ଦୋଷୀ ହେଲେ ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ । ୨୦୧୯ ମସିହାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ଘର ସାମ୍ନାରେ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା।

୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ଘରେ ଥିଲେ ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା । ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ତାଙ୍କ ଘରେ ପହଞ୍ଚିଥିଲେ ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ । ବିଭିନ୍ନ ବାହାନା କରି ତାଙ୍କୁ ଘରୁ ଡାକି ଆଣି ଘର ସାମ୍ନାରେ ହତ୍ୟା କରିଥିଲେ ।

ହତ୍ୟା କରିବା ପରେ ରାମଚନ୍ଦ୍ରଙ୍କ ହାତ ଓ ଗୋଡ଼ କାଟି ନେଇଥିଲେ । ବାଇକରେ ଧରି ଗାଁ ଯାକ ବୁଲି ଲୋକଙ୍କୁ ଭୟଭୀତ କରାଇଥିଲେ । ପରେ ନିକଟସ୍ଥ ଜଙ୍ଗଲକୁ ଯାଇ ରାମଚନ୍ଦ୍ରଙ୍କ ଗୋଡ ଓ ହାତକୁ କାଟି ଭକ୍ଷଣ କରିଥିବା ଅଭିଯୋଗ ହୋଇଥିଲା ।  ରାମଚନ୍ଦ୍ରଙ୍କ ଝିଅ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତକୁ ଭିତ୍ତିକରି ପୁଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍

 

 

Leave A Reply

Your email address will not be published.