Latest Odisha News

BREAKING NEWS

ଭୋଟ ପାଇଁ କଙ୍ଗାରୁକୋର୍ଟ: ଦଳିତ ପରିବାରକୁ ନିର୍ଯାତନା

ବଲାଙ୍ଗୀର : ଭୋଟ୍‌ ପାଇଁ କଙ୍ଗାରୁକୋର୍ଟ । ଜଣେ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାପାଇଁ ମନା କରିଦେବାରୁ ଏକ ଦଳିତ ପରିବାରକୁ ଗାଁ ଛାଡ଼ିବାକୁ ପଡ଼ିଛି। ଜୀବନ ପ୍ରତି ଭୟ ରହିଥିବା ଆଶଙ୍କାରେ ପରିବାର ପୁଲିସ ପାଖକୁ ବି ଯାଇନାହାନ୍ତି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ମଣ୍ଡଳ ପଞ୍ଚାୟତରେ ଏହିଭଳି ଏକ ଘଟଣା ସାମ୍‌ନାକୁ ଆସିଛି ।

ଅଭିଯୋଗ ଅନୁସାରେ, ମଣ୍ଡଳ ପଞ୍ଚାୟତର ଜାମଖାରୀ ଗାଁରେ ନିର୍ବାଚନ ପାଇଁ ଭୋଜିଭାତ ହୋଇଥିଲା । ଭୋଜିଭାତ ଖାଇ ସାରିବାପରେ ସରପଞ୍ଚ ପ୍ରାର୍ଥୀ ଦାମୋଦର ଯୋଶୀଙ୍କ ସମର୍ଥକମାନେ ସେମାନଙ୍କ ସପକ୍ଷରେ ଭୋଟ୍‌ ପାଇଁ କହିଥିଲେ। ଏପରିକି, ଜୋର୍‌ଜବରଦସ୍ତ ଟଙ୍କା ବି ବାଣ୍ଟିଥିଲେ। କିନ୍ତୁ, ଗ୍ରାମର ଅନନ୍ତ ମହାନନ୍ଦ ନାମକ ଜଣେ ବ୍ୟକ୍ତି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ଦେବେ ବୋଲି ରୋକ୍‌ଠୋକ୍‌ କହିଥିଲେ।

ଗ୍ରାମବାସୀ ଓ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ଏହାପରେ ତାଙ୍କ ଉପରେ ଜୁଲମ୍‌ ଆରମ୍ଭ ହୋଇଥିଲା।  ଅନନ୍ତଙ୍କୁ ମାଡ଼ ମାରିବା ପରେ କଙ୍ଗାରୁକୋର୍ଟ ବସିଥିଲା । କଙ୍ଗାରୁକୋର୍ଟ ଅନନ୍ତଙ୍କୁ ଗାଁରୁ ବିତାଡ଼ିତ କରିଥିଲେ ।

ଆଜି ନିରାଶ୍ରୟ ହୋଇବୁଲୁଥିବା ଦଳିତ ପରିବାର ଏବେ ଜୀବନ ପ୍ରତି ବିପଦ ଥିବା ଆଣିଛନ୍ତି ଅଭିଯୋଗ। ଆଉ ଭୟରେ ସେମାନେ ପୁଲିସ ନିକଟରେ ଜଣାଇନଥିବା କହିଛନ୍ତି।

Comments are closed, but trackbacks and pingbacks are open.