Latest Odisha News

BREAKING NEWS

ପିପିଲିରେ ନିର୍ବାଚନୀ ହିଂସା : ବିଜେପି –ବିଜେଡି ମୁହାଁମୁହିଁ , ୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଆହତ

ପିପିଲି : ପିପିଲିରେ ନିର୍ବାଚନୀ ହିଂସା । ଦୁଇଟି ରାଜନୈତିକ ଦଳ ମଧ୍ୟରେ ଘଟିଛି ହିଂସାକାଣ୍ଡ ।୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଆହତ ହୋଇଛନ୍ତି । ପିପିଲି ବ୍ଲକ ପୋଟଳ ଗାଁରେ ବିଜେପି ପ୍ରଚାର ଗାଡିକୁ ବିଜେଡି କର୍ମୀମାନେ ଅଟକାଇବା ଫଳରେ ରାଜନୈତିକ ହିଂସାକାଣ୍ଡ ଦେଖାଦେଇଥିଲା ।

ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ମଧ୍ୟ ବିଜେଡି ଗାଡିକୁ ଅଟକାଇଥିଲେ ।ଫଳରେ ମଇଦାନରେ ଦୁଇ ରାଜନୈତିକ ଦଳ ପାଟି ତୁଣ୍ଡ ଓ ମାରପିଟ ହୋଇଥିଲା ।ଏଥିରେ ବିଜେପି ଓ ବିଜେଡି ସମର୍ଥକ ଆହତ ହୋଇଥିବା ବେଳେ । ଜିଲ୍ଲା ପରିଷଦ ପ୍ରାର୍ଥୀ ଧରଣୀ ଧରଙ୍କ ଉପରେ ଆକ୍ରମଣ କରିଥିଲେ ।

ଏଥିସହ କାର୍ଯ୍ୟରତ ସାମ୍ବାଦିକ ବିଜୟ ମହାପାତ୍ର ମଧ୍ୟ ଆହତ ହୋଇଛନ୍ତି । ଫଳରେ ସାମ୍ବାଦିକଙ୍କ ବାମ ହାତ ଭାଙ୍ଗିଯାଇଛି । ଫଳରେ ଘଟଣା ସ୍ଥଳରେ ପିପିଲି ଥାନା ଏସଡିପିଓ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.