ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଖୋଲାଖୋଲି ଭାବରେ ପ୍ରତ୍ୟେକ ପ୍ରସଙ୍ଗରେ ସମସ୍ତଙ୍କ ସାମ୍ନାରେ ନିଜର ମତ ରଖିନ୍ତି। ନିଜ ବୟାନ ପାଇଁ କଙ୍ଗନା ଅନେକ ସମୟରେ ବିବାଦରେ ଛନ୍ଦି ହୋଇଥିବାର ଦେଖାଯାଏ। ଏହି ସମୟରେ ପୁଣି ଥରେ ବଲିଉଡର କୁଇନ୍ ଆଲୋଚନାର ଏକ ଅଂଶ ପାଲଟିଛନ୍ତି ତାଙ୍କର ନୂଆ ଫିଲ୍ନର ଘୋଷଣା ନେଇ।
କଙ୍ଗନା ତାଙ୍କ ନୂଆ ଚଳଚ୍ଚିତ୍ର ଚନ୍ଦ୍ରମୁଖୀ ସହିତ ଆସୁଛନ୍ତି। ଲାଇକା ପ୍ରଡକ୍ସନ୍ ହାଉସ୍ ଏହି ଚଳଚ୍ଚିତ୍ର ଘୋଷଣା କରିଛି। ପ୍ରଡକ୍ସନ୍ ହାଉସ୍ ତାଙ୍କୁ କଙ୍ଗନାଙ୍କ ଫଟୋ ସେୟାର କରି ଫିଲ୍ମରେ ସ୍ୱାଗତ କରିଛି। 2005 ମସିହାରେ ମୁକ୍ତିଲାଭ କରିଥିବା ରଜନୀକାନ୍ତଙ୍କ କମେଡି ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ’ ବକ୍ସ ଅଫିସରେ ହିଟ୍ ହୋଇଥିବା ପ୍ରମାଣିତ ହୋଇଥିଲା। ଚନ୍ଦ୍ରମୁଖୀ ୨ ହେଉଛି ଏହି ଚଳଚ୍ଚିତ୍ରର ସିକ୍ୱେଲ।
ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ସହ ରାଘବ ଲରେନ୍ସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସୂଚନା ଅନୁଯାୟୀ ଅଭିନେତ୍ରୀ କଙ୍ଗନା ଜଣେ ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିବେ ଏବଂ ସେ ତାଙ୍କ ନୃତ୍ୟ କଳାକୁ ରାଜାଙ୍କ ଦରବାରରେ ଉପସ୍ଥାପନ କରିବେ। ବର୍ତ୍ତମାନ ନିର୍ମାତାମାନେ ଫିଲ୍ମ ଘୋଷଣା କରିଛନ୍ତି। ଯଦିଓ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଏହା ପୂର୍ବରୁ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଆତ୍ମଜୀବନୀ ‘ଥାଲାଇଭି’ ଫିଲ୍ମରେ ଅଭିନୟ କରିଥିଲେ। ନିକଟରେ ଏହି ନୂଆ ଚଳଚ୍ଚିତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶର ସୁଟିଂ ଶେଷ ହୋଇଛି। କଙ୍ଗନା ନିଜେ ମଧ୍ୟ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି।
Comments are closed.