ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମନାଲିରୁ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ପହଂଚିଛନ୍ତି । ଏହାପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ଟ୍ୱିଟ୍ କରି ତାଙ୍କ କ୍ରୋଧ ଜାହିର କରିଛନ୍ତି ।
କଙ୍ଗନା ନିଜର ଏକ ଭିଡିଓ ସେୟାର କରି କହିଛନ୍ତି । ଏହି ଭିଡିଓରେ ବିଏମ୍ସି କଙ୍ଗନାଙ୍କ ଅଫିସ ଭାଙ୍ଗି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହାପରେ ସେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଛନ୍ତି । ଉଦ୍ଧବଙ୍କ ନାଁ ନେଇ ସିଧା ତାଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି ସେ କହିଛନ୍ତି ।
तुमने जो किया अच्छा किया ?#DeathOfDemocracy pic.twitter.com/TBZiYytSEw
— Kangana Ranaut (@KanganaTeam) September 9, 2020
ମୁଭି ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋଠୁ ପ୍ରତିଶୋଧ ନେଉଛ । ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ । ଇଏ ସମୟ ଚକ୍ର, ମାନେ ରଖ ସବୁବେଳେ ଏକାଭଳି ରହେନି । ତୁମେ ଯାହା କଲ ବହୁତ ଭଲ କଲ । ଆଗାମୀ ଦିନରେ କାଶ୍ମୀର, ଅଯୋଧ୍ୟାକୁ ନେଇ ଫିଲ୍ମ ତିଆରି କରିବି । ଦେଶବାସୀଙ୍କୁ ଜାଗୃତ କରିଛି । ଉଦ୍ଧବ ଠାକରେ, ଏହା କ୍ରୁରତା, ଏହା ଆତଙ୍କ । ଜୟ ହିନ୍ଦ, ଜୟ ମହାରାଷ୍ଟ୍ର ବୋଲି କଙ୍ଗନା କହିଛନ୍ତି ।
#DeathOfDemocracy pic.twitter.com/pbLleNulYa
— Kangana Ranaut (@KanganaTeam) September 9, 2020
ସୂଚନା ଯୋଗ୍ୟ ଯେ, ଆଜି କଙ୍ଗନା ମୁମ୍ବାଇରେ ପହଂଚିବା ପୂର୍ବରୁ ପୂର୍ବାହ୍ନରେ ‘ବିଏମ୍ସି’ କର୍ମଚାରୀମାନେ ପହଞ୍ଚି ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍ କାର୍ୟ୍ୟାଳୟରେ ବେଆଇନ୍ ଭାବେ କରାଯାଇଥିବା କେତେକ ଢାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିଥିଲେ । ଏହାପରେ କଙ୍ଗନା ଓକିଲଙ୍କ ମାଧ୍ୟମରେ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଥିଲେ । ବିଚାରପତି ଏସ୍ କଠାୱାଲା ଏହି ଆବେଦନ ଶୁଣାଣି କରି ରହିତାଦେଶ ଜାରି କରିଥିଲେ। ସେତେବେଳକୁ ‘ବିଏମ୍ସି’ ତା’ର ଭଙ୍ଗା ଅଭିଯାନ ଶେଷ କରି ସାରିଥିଲା।
Comments are closed.