ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଗୁଜୁରାଟର ବିଧାୟକ ଜିଗ୍ନେଶ ମେବାନୀ ଏବଂ (ସିପିଆଇ) ନେତା କହ୍ନେୟା କୁମାର ଆଜି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇପାରନ୍ତି। ଗୁଜୁରାଟର ଭଦଗାମ ନିର୍ବାଚନମଣ୍ଡଳୀରୁ ଜିଗ୍ନେଶ ମେବାନି ଜଣେ ସ୍ୱାଧୀନ ବିଧାୟକ ତଥା ରାଷ୍ଟ୍ରୀୟ ଦଳିତ (ଆରଡିଏମ୍) ର ସଂଯୋଜକ।
ସୂଚନା ଅନୁଯାୟୀ ଉଭୟ ନେତା ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପାର୍ଟି ମୁଖ୍ୟାଳୟରେ କଂଗ୍ରେସରେ ଯୋଗଦେବେ।
କହ୍ନେୟା କୁମାର ଜେଏନୟୁର ପୂର୍ବତନ ସଭାପତି ଏବଂ ଜିଗ୍ନେଶ ମେବାନୀ ଦଳିତ ସମ୍ପ୍ରଦାୟର ଅଟନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ଭେନୁଗୋପାଲ ଏବଂ ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ମଧ୍ୟ କହ୍ନେୟା କୁମାର ଏବଂ ମେବାନୀ କଂଗ୍ରେସରେ ଯୋଗ ସଭାରେ ଉପସ୍ଥିତ ରହିବା ସମ୍ଭାବନା ରହିଛି।
Comments are closed.