Latest Odisha News

BREAKING NEWS

ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ

ପୁରୀ : ବିସ୍ପୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା l ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ  କାନ୍ଥ ଭୁଶୁଡି ପଡିଛି l ସୌଭାଗ୍ୟ ବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ବିସ୍ଫୋରଣରେ ଥାନାଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଛି। ପୁରୀ ଏସ୍‌ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନା ଅନୁସାରେ, ବଳଙ୍ଗା ଥାନାର ମାଲଖାନାରେ ଜବତ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା। କୌଣସି କାରଣରୁ ଗତକାଲି ରାତି ୧୨ଟା ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଥାନାର ସେଣ୍ଟ୍ରି ସରୋଜ ବେହେରା ବାହାରକୁ ଦୌଡ଼ିକୁ ପଳାଇ ଯାଇଥିଲେ। ବିସ୍ଫୋରଣ ସମୟରେ ଥାନାରେ ଅନ୍ୟ କୌଣସି କର୍ମଚାରୀ ନଥିଲେ । ବିସ୍ପୋରଣରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି l

ବିସ୍ପୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖ ପାଖ ଲୋକ ଭୟବିତ୍ତ ହୋଇପଡ଼ିଥିଲେ l ସର୍ଟ ସର୍କିଟ ଯୋଗୁଁ ଏସବୁ ଘଟଣା ଘଟିଛି ବୋଲି ଜଣାପଡିଛି l ପିପିଲି ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି l ତଦନ୍ତ ପରେ ଘଟଣା ଜଣାପଡିବ ବୋଲି ଏସଡ଼ିପିଓ କହିଛନ୍ତି l

 

Leave A Reply

Your email address will not be published.