Latest Odisha News

BREAKING NEWS

ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ମୃତ

ଆନନ୍ଦପୁର: ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଙ୍ଖିଡି ନିକଟରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଜଣେ ଏନ୍‌କିୟୁଏମ୍‌ ଅଧିକାରୀ ଗୁହାରଚନ୍ଦ୍ର ପନୱର  ବୋଲି ଜଣାପଡିଛି । ରାସ୍ତା କାମ ତଦାରଖ କରି ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଆନନ୍ଦପୁର ବ୍ଲକ ବାଙ୍ଖିଡାଠାରୁ ରାଜ୍ୟ ରାଜପଥ ୫୩ ଯାଏଁ ନୂତନ ଭାବେ ଏକ ରାସ୍ତାକାମ ହୋଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଏହି ରାସ୍ତାକୁ ତଦାରଖ ପାଇଁ  ଜଣେ ଏନ୍‌କିୟୁଏମ୍‌ ଅଧିକାରୀ ଆସିଥିଲେ । ରାସ୍ତାକାମ ତଦାରଖ କରି କେନ୍ଦୁଝର ଫେରିଯାଇଥିଲା । ଆଜି କାର୍‌ ଯୋଗେ କେନ୍ଦୁଝରରୁ ଭୁବନେଶ୍ୱର ଫେରିବା ରାସ୍ତାରେ ଦୁର୍ଘଟଣା ଘଟିଥିଲା । କାର୍‌ ଆଗରେ ଯାଉଥିବା ଏକ ଟ୍ରକ ହଠାତ୍ ବ୍ରେକ୍‌ ମାରିଥିଲା । ଯାହାଫଳରେ କାର୍‌ଟି ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଥିଲା । ଦୁର୍ଘଟଣାରେ କାର୍‌ ଚାଳକ ଓ ଏନ୍‌କିୟୁଏମ୍‌ ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଘଷିପୁରା ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅଧିକାରୀ ଜଣଙ୍କ ଘର ରାଜସ୍ଥାନରେ। ତେବେ ପୋଷ୍ଟ ମର୍ଟମ ପରେ ତାଙ୍କର ମୃତ ଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Leave A Reply

Your email address will not be published.