Latest Odisha News

BREAKING NEWS

କନ୍ନୌଜର ଏକ ଆଶ୍ରମରେ ମହନ୍ତ ପଦ ପାଇଁ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ

ଲକ୍ଷ୍ନୌ: ଆଶ୍ରମରେ ମହନ୍ତ ପଦ ପାଇବା ପାଇଁ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ ଅନ୍ୟ ଜଣେ ସାଧୁ । ଉତ୍ତରପ୍ରଦେଶର କନ୍ନୌଜର ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସାଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

କନ୍ନୌର ଜଲେଶ୍ୱର ଆଶ୍ରମରେ ମହନ୍ତ ପଦ ନେଇ ନେଇ ଦୀର୍ଘ ଦିନ ଧରି ସାଧୁମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ଆଶ୍ରମରେ ରହୁଥିବା ଜଣେ ସାଧୁ ହଠାତ ଅନ୍ୟଜଣେ ସାଧୁଙ୍କ ଉପରକୁ ଜ୍ୱଳନଶୀଳ ପଦାର୍ଥ ଫିଙ୍ଗି ଦେଇଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସାଧୁଙ୍କ ଚିତ୍କାର ଶୁଣି ଆଖପାଖର ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ପୋଲିସ ପ୍ରଶାସନ ସୂଚନା ପାଇବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। କନ୍ନୌର ପୋଲିସ ଅଧୀକ୍ଷକ ଅମିତ କୁମାର ଆନନ୍ଦ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସାଧୁଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି, ବର୍ତ୍ତମାନ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ପୋଲିସର ସୂଚନାନୁସାରେ, ଜଲେଶ୍ୱର ଆଶ୍ରମରେ ମହନ୍ତ ପଦବୀ ନେଇ ସାଧୁମାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଗୁରୁତର ସାଧୁ ଜଲେଶ୍ୱର ଆଶ୍ରମର ମହାନ୍ ରାଧୁବୀର ଦାସଙ୍କ ଶିଷ୍ୟ। ଏହି ବିବାଦ ନେଇ ଅନେକ ଥର ପୋଲିସରେ ଅଭିଯୋଗ ହୋଇଥିଲା । ପରେ ଉଭୟ ପକ୍ଷଙ୍କୁ ମନାଇବା ସହ ଆପୋଷ ବୁଝାମଣା ହୋଇଥିଲା। ଏହି ଘଟଣାର ସିସିଟିଭି ଫୁଟେଜ୍ ସହିତ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଉଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

 

 

Leave A Reply

Your email address will not be published.