Latest Odisha News

BREAKING NEWS

ଖୋ ଖୋ: ସେମିରେ ଓଡିଶା

କଟକ: ଉଦଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଓଡିଶା ଚଳିତ ଅଲ୍ଟିମେଟ ଖୋ ଖୋ ଲିଗର ସେମିଫାଇନାଲରେ ପ୍ରବେଶ କରିଛି । ଟାଇଟଲ ବଜାୟ ରଖିବା ପାଇଁ ଓଡିଶାକୁ ଆଉ ୨ଟି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ୧୦ଟି ମ୍ୟାଚରୁ ୨୩ ପଂଏଟ ହାସଲ କରି ଓଡିଶା ସେମିକୁ ଉନ୍ନୀତ ହୋଇଛି । ଜବରଦସ୍ତ ଫର୍ମରେ ଥିବା ଆୟୋଜକ ଟିମ ୬ଟି ବିଜୟ ଓ ୨ଟି ପରାଜୟ ହାସଲ କରିଛନ୍ତି । ବୁଧବାର ମୁମ୍ବାଇ ଖିଲାଡିସଙ୍କୁ ୩୪-୨୩ରେ ହରାଇ ଲିଗ ପର୍ଯ୍ୟାୟ ଶେଷ କରିଛି । ଗୁରୁବାର ସେମିରେ ଓଡିଶା ଟିମ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଗୁଜରାଟ ଜ୍ୟାଂଟସକୁ ଭେଟିବ । ଉଭୟ ଟିମ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଁଏ ବିଜୟ ହାସଲ କରିଛନ୍ତି ।

ନକଆଉଟ ପର୍ଯ୍ୟାୟରେ ଦଳ ଭଲ ପ୍ରଦର୍ଶନ କରିବା ବୋଲି ଦୃଢ଼ତା ସହକାରେ ଅଧିନାୟକ ଦୀପେଶ ମୋରେ କହିଛନ୍ତି । ମ୍ୟାଚ ନିଶ୍ଚିତ ଭାବେ ରୋମାଂଚକର ହେବ ଏବଂ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ବୋଲି ଅଧିନାୟକ ଏମକେ ଗୌତମ କହିଛନ୍ତି । ଭୁବନେଶ୍ୱର କଳିଙ୍ଗ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ କାର୍ଯ୍ୟକ୍ରମରେ ଓଡିଶା ଟିମକୁ ସମସ୍ତ ପ୍ରକାର ପ୍ରଶିକ୍ଷଶ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.