Latest Odisha News

BREAKING NEWS

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବ ନଡ଼ିଆ !

ଭୁବନେଶ୍ୱର: ଆମ ଶରୀର ପାଇଁ ନଡ଼ିଆ ଅନେକ ଉପକାରୀ ସାବ୍ୟସ୍ତ ହୋଇଥାଏ । ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ଭରପୁର ମାତ୍ରାରେ ରହିଥାଏ। ନଡ଼ିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ବୃଦ୍ଧି କରିଥାଏ ଯାହାକି ଏହି ମହାମାରୀ ସମୟରେ ନିହାତି ଆବଶ୍ୟକ । ଏହାଛଡା ନଡ଼ିଆରେ ଆହୁରି ଅନେକ ପ୍ରକାରର ଗୁଣ ଭରି ରହିଛି ।

* ନଡ଼ିଆ ଇମ୍ୟୁନୋ ସିଷ୍ଟମ୍‌କୁ ମଜବୁତ୍‌ କରିଥାଏ। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍ଟି-ଫଙ୍ଗଲ୍‌ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ରୋଗ ସହିତ ଲଢ଼େଇ କରିବା ପାଇଁ ଶକ୍ତି ଯୋଗାଇଥାଏ।

* ନଡ଼ିଆ ଏକ ଭଲ ଆଣ୍ଟି-ବାୟୋଟିକ୍‌ । ଏଣୁ ଏହାକୁ ଖାଇବା ଦ୍ୱାରା ଆଲର୍ଜି ଦୂର ହୋଇଥାଏ।

*ଅଧିକ ଗରମ ହେଲେ ଯେଉଁ ଲୋକଙ୍କର ନାକରୁ ରକ୍ତ ପଡୁଛି, ସେମାନଙ୍କ ପାଇଁ ନଡ଼ିଆ ଔଷଧ ଭାବରେ କାର୍ଯ୍ୟ କରିଥାଏ। ଏଥିରେ ମିଶିରି ମିଶାଇ ଖାଇଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଥାଏ।

*କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ନଡ଼ିଆ ଖାଆନ୍ତୁ। ଏଥିରେ ଥିବା ଫାଇବର୍ ତତ୍ତ୍ୱ କୋଷ୍ଠକାଠିନ୍ୟକୁ ଭଲ କରିଥାଏ।

*ଆହୁରି ମଧ୍ୟ ନଡ଼ିଆ ତେଲ ସନ୍‌ସ୍କ୍ରିନ୍‌ ଲୋସନ୍‌ ଭାବରେ କାର୍ଯ୍ୟ କରିଥାଏ। ତେଣୁ ଖରାକୁ ଯିବା ପୂର୍ବରୁ ନଡ଼ିଆ ତେଲ ଲଗାନ୍ତୁ।

Leave A Reply

Your email address will not be published.