ଭୁବନେଶ୍ବର: କଣ୍ଟାବାଞ୍ଜି ଉପକାରାଗାର ଜେଲର ସନ୍ତୋଷିନୀ ଦାଶ ସସପେଣ୍ଡ୍ । କର୍ତ୍ତବ୍ୟରେ ଅବହେଳା ପାଇଁ ସସ୍ପେଣ୍ଡ୍ କଲେ ଜେଲ୍ ଡିଜି । ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ, ଚୌଦ୍ବାର ଜେଲରୁ କଣ୍ଟାବାଞ୍ଜି ସବଜେଲକୁ ବଦଳି ହୋଇଥିଲେ ବି କାର୍ଯ୍ୟରେ ଯୋଗ ଦେଉନଥିଲେ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ରହିଥିଲେ।
ଡ୍ୟୁଟିରେ ଅବହେଳା ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ସମ୍ବଲପୁର ସର୍କଲ ଜେଲ୍ରେ ରହିବ। ଅଧିକାରୀଙ୍କ ବିନା ଅନୁମତିରେ ହେଡକ୍ବାର୍ଟର ଛାଡ଼ିପାରିବେନି ବୋଲି ନିର୍ଦ୍ଦେଶ ଜାରି କରାଯାଇଛି।
ସୂଚନାଥାଉକି, ଚୌଦ୍ବାର ଜେଲରୁ ଦୁଇ କଏଦୀ ଚମ୍ପଟ ଘଟଣା ପରେ ଚୌଦ୍ବାର ଜେଲର ସନ୍ତୋଷିନୀ ଦାଶଙ୍କୁ କଣ୍ଟାବାଞ୍ଜି ସବ୍ଜେଲ୍କୁ ବଦଳି କରାଯାଇଥିଲା ।
Comments are closed.